The Topmost

“The eyes believe themselves, the ears believe other people.”

ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଘନିଷ୍ଠ ଅଫିସରଙ୍କ ଘରେ ରେଡ୍

ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଘନିଷ୍ଠ ଅଫିସରଙ୍କ ଘରେ ରେଡ୍ । ଛତିଶଗଡ଼ରେ ଇଡିର ଆକ୍ସନ । ମାଇନିଂ କେସରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଘନିଷ୍ଠ ଅଫିସରଙ୍କ ଘରେ ରେଡ୍ । ପ୍ରାୟ ୧୨ଟି ସ୍ଥାନରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାୟଗଡ଼ ଜିଲ୍ଲାପାଳ ରାନୁ ସାହୁଙ୍କ ଘରେ ଆଜି ସକାଳୁ ରେଡ କରିଛି ଇଡି ଟିମ୍ । ରେଡରେ ୧୨ରୁ ଅଧିକ ଇଡି ଅଧିକାରୀ ସାମିଲ ହୋଇଛନ୍ତି । ସେହିପରି ଦେବେନ୍ଦ୍ର ନଗରରେ ସିଏ ବିଜୟ ମାଲୁ, ମହାସମୁନ୍ଦରେ ନେତା ଅଗ୍ନି ଚନ୍ଦ୍ରାକର, ଅନୁପମ ନଗରରେ ସୂର୍ଯ୍ୟକାନ୍ତ ତିଓ୍ବାରୀ, ମାଇନିଂ ହେଡ ଆଇଏଏସ୍ ଜେପି ମୌର୍ଯ୍ୟାଙ୍କ ବାସଭବନରେ ରେଡ କରିଛି ଟିମ୍ । ଗତ ଜୁନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଉପସଚିବ ସୌମ୍ୟା ଚୌରସିଆଙ୍କ ଦୁଇଟି ବାସଭବନ ସମେତ ମୋଟ ୭ଟି ସ୍ଥାନରେ ରେଡ୍ ହୋଇଥିଲା ।