The Topmost

“The eyes believe themselves, the ears believe other people.”

କିଏ ହେବ ବିଜେଡି ପ୍ରାର୍ଥୀ, ଜାରି ରହିଛି ସସ୍ପେନ୍ସ

ଧାମନଗରରେ ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଛି । ଏହାରି ଭିତରେ ଆଜି କଂଗେସ ପ୍ରାର୍ଥଙ୍କ ନାମ ଘୋଷଣା କରିବ ବୋଲି କହିଛି । କଂଗ୍ରେସର ଧାମନଗର ଉପନିର୍ବାଚନ କମିଟିରେ ନାଁ ଚୂଡାନ୍ତ ହୋଇସାରିଛି । ଏଆଇସିସିକୁ ନାଁ ପଠାଯାଇଛି । ସ୍ଥାନୀୟ ଅଂଚଳର ବ୍ୟକ୍ତିକୁ ହିଁ ପ୍ରାର୍ଥୀ କରାଯିବ ବୋଲି କଂଗ୍ରେସ ସଙ୍କେତ ଦେଇଛି । ଦଳ ଏକାଠି ହୋଇ ଲଢିବ ଓ ବିଜେଡିକୁ ଟକ୍କର ଦେବ ବୋଲି ପିସିସି ସଭାପତି କହିଛନ୍ତି । କଂଗ୍ରେସରେ ଦୁଇଟି ନାଁକୁ ନେଇ ଚର୍ଚ୍ଚା ହେଉଛି । ବାବା ହରେକୃଷ୍ଣ ସେଠୀ ଓ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ ଟିକେଟ ଦୌଡରେ ଅଛନ୍ତି । ହେଲେ ସମସ୍ତଙ୍କ ନଜର ରହିଛି କିଏ ହେବ ବିଜେଡିର ପ୍ରାର୍ଥୀ । ଏ ନେଇ ଦଳର ଘନ ଘନ ବୈଠକ ଚାଲିଛି ।