ନିର୍ବାଚନ ଚିହ୍ନକୁ ନେଇ ଚାଲିଥିବା ଲଢେଇ ମଧ୍ୟରେ ଉଦ୍ଧବ ଠାକରେଙ୍କୁ ମିଳିଲା ମଶାଲ ଏବଂ ଟର୍ଚ୍ଚ ଚିହ୍ନ । ସେହିପରି ଦଳର ନାମ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରଖାଯାଇଛି । ସେପଟେ ଏକନାଥ ସିନ୍ଧେ ଗୋଷ୍ଠୀଙ୍କୁ ବାଲା ସାହେବଚି ଶିବସେନା ନାଁରେ ସନ୍ତୁଷ୍ଟ ହେବାକୁ ପଡିଛି । କିନ୍ତୁ ଦଳୀୟ ଚିହ୍ନରେ ଏଯାଏଁ ମୋହର ମାରି ନାହାନ୍ତି ନିର୍ବାଚନ ଆୟୋଗ । ଦଳୀୟ ଚିହ୍ନ ପାଇଁ ସିନ୍ଧେ ଗୋଷ୍ଠୀକୁ ୩ ଟି ବିକଳ୍ପ ମଗାଯାଇଛି । ସୋମବାର ଉଦ୍ଧବ ଠାକରେଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଏର କରାଯାଇଥିଲା । ଯାଚିକା ଆଧାରରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିଙ୍କୁ ବିରୋଧ କରାଯାଇଥିଲା । ଯେଉଁଠାରେ ଶିବସେନାର ଦଳୀୟ ଚିହ୍ନକୁ ଫ୍ରିଜ କରିଦିଆଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ