ଆଜି ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିଛନ୍ତି ପୁଟିନ । ୟୁକ୍ରେନ ପ୍ରସଙ୍ଗରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନେଇ ପାରନ୍ତି ବଡ ନିଷ୍ପତ୍ତି । ଏହି ବୈଠକ ପୂର୍ବରୁ ସମଗ୍ର ୟୁକ୍ରେନରେ ଆଲର୍ଟ ଜାରି କରାଯାଇଛି । ଆଉ ଏଠିକାର ଲୋକେ ଏବେ ଚିନ୍ତାରେ । ୟୁକ୍ରେନର ସ୍ଥିତି ନେଇ ଏହି ବୈଠକ ହେବାକୁ ଯାଉଛି । କୁହାଯାଉଛି ଦୁଇ ଦିନ ତଳେ ଯେଉଁ କ୍ରିମିଆ ସେତୁ ଉପରେ ହମଲା ହୋଇଥିଲା ତାର ପ୍ରତିଶୋଧ ନେଇପାରେ ମସ୍କୋ । ଏଥିପାଇଁ ପୁଟିନ ରଣନୀତି ପ୍ରସ୍ତୁତି କରିଛନ୍ତି । ୟୁକ୍ରେନର ବଡ ସହରରେ ଋଷ କରିପାରେ ରକେଟ୍ ମାଡ । କ୍ରିମିଆକୁ ସଂଯୋଗ କରୁଥିବା କେର୍ଚ ବ୍ରିଜ ଉପରେ ହୋଇଥିବା ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ଋଷ କହିଛି । ୟୁକ୍ରେନ ସ୍ପେଶାଲ ସର୍ଭିସେସ୍ ଦ୍ୱାରା ବ୍ରିଜରେ ନିଆଁ ଲଗାଯାଇଛି ବୋଲି ପୁଟିନ କହିଛନ୍ତି । ଋଷ ଏବଂ କ୍ରିମିଆକୁ ଯୋଡୁଥିବା ଏହି ବ୍ରିଜରେ ଦୁଇ ଦିନ ତଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଅଗ୍ନିକାଣ୍ଡରେ ପୋଲର ଗୋଟିଏ ଅଂଶ ଭୁଶୁଡି ପଡ଼ିଥିଲା । ନିଆଁ ଲାଗିବା ଯୋଗୁଁ ପୋଲ ଉପର ଦେଇ ଯାଉଥିବା କାର୍ଗୋ ଟ୍ରେନର ଡବା ଗୁଡିକ ଜଳି ଯାଇଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ