ରୌପ୍ୟ ନଗରୀରେ ପ୍ରଫେଟ ମହମ୍ମଦଙ୍କ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ରୀତିନୀତି ଅନୁସାରେ ଏହି ପର୍ବକୁ ପାଳନ କରିଛନ୍ତି କଟକର ମୁସଲିମ ଭାଇ ଭଉଣୀ । ସହରରେ ଥିବା ମୁସଲମାନ ସମ୍ପ୍ରଦାୟର ଲୋକେ ବିଶାଳ ଶୋଭାଯାତ୍ରାରେ ବାହାରି କଟକ ସହର ପରିକ୍ରମା କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟ ଅନୁସାରେ ଶୋଭାଯାତ୍ରା ଗୁଡ଼ିକ କଦମ ଏ ରସୁଲଠାରେ ପହଞ୍ଚିଥିଲା ଏବଂ ସେଠାରେ ବିଶ୍ୱଶାନ୍ତି ନିମନ୍ତେ ସମୁହ ନମାଜ୍ ପାଠ କରାଯାଇଥିଲା। ଅନ୍ୟ ପଟେ ଜୁଲୁସ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶେଷ କରି ଯୋବ୍ରା, ବକ୍ସି ବଜାର, କଲେଜ ଛକ, ସୂତାହାଟ ଓ ଗୌରୀଶଙ୍କର ପାର୍କ ସମେତ କଟକର ପ୍ରମୁଖ ଛକମାନଙ୍କରେ ପୁଲିସ ମୁତୟନ ରହିଛନ୍ତି। ଏହି ବିଶାଳ ଶୋଭାଯାତ୍ରା ସୁରୁଖୁରୁରେ ଚାଲିଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍