ଆଜିଠୁ ଉପକୂଳରେ ବଢିବ ବର୍ଷାର ପ୍ରଭାବ । ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ବଢିବ ବର୍ଷା । ତେବେ ଦକ୍ଷିଣ ଉପକୂଳର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆଜି ଗଞ୍ଜାମ, ଗଜପତି ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ଚେତାବନୀ ଦେଇଛି । ଏହା ସହ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶାରେ ବିଜୁଳି, ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହି ଘୂର୍ଣ୍ଣିବଳୟ ୧୦ ତାରିଖରେ ତାମିଲନାଡ଼ୁର ସ୍ଥଳଭାଗରେ ରହିବ। ଏହାର ଗୋଟିଏ ଅଂଶ ୧୨ ତାରିଖରେ ଆରବ ସାଗରରେ ପହଞ୍ଚିବ । ୧୪ ତାରିଖରେ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଅଥବା ଦ୍ବିତୀୟ ଘୂର୍ଣ୍ଣିବଳୟର ଅଂଶବିଶେଷ ଭାବେ ତାମିଲନାଡ଼ୁ ଉପକୂଳରେ ଦକ୍ଷିଣ ବଙ୍ଗୋପସାଗରରେ ଏହି ତୃତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ସାରା ରାଜ୍ୟରେ ୧୭ ତାରିଖ ପର୍ଯ୍ୟନ୍ତ ସ୍ବଳ୍ପ ବର୍ଷା ହେବ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍