ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ । ଆସନ୍ତା ବିଧାନସଭା ଅଧିବେଶନରେ ଚଳିତ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟ୍ ଆଗତ ହେବ । ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମସ୍ତ ବିଭାଗ ଅକ୍ଟୋବର ୩୧ସୁଦ୍ଧା ସେମାନଙ୍କ ବିଭିନ୍ନ ଯୋଜନାର ପ୍ରସ୍ତାବ ପଠାଇବାକୁ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ମାର୍ଗଦର୍ଶିକା ଜାରି କରିଛନ୍ତି । ଶ୍ରୀ ଦେବ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ଚିଠି ଲେଖିଛନ୍ତି ଯେ, ୨୦୨୨-୨୩ରେ ଓଡ଼ିଶାର ଅଭିବୃଦ୍ଧି ହାର ୮% ରହିବାର ଆଶା କରାଯାଉଛି । ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟର ନିଜସ୍ୱ ରାଜସ୍ୱ ସଂଗ୍ରହ ୧୬% ବଢ଼ିଛି । ସେହିଭଳି ଗତବର୍ଷ ତୁଳନାରେ ଚଳିତବର୍ଷ ଅଗଷ୍ଟ ସୁଦ୍ଧା ବଜେଟ୍ ବ୍ୟୟ ୨୮% ବଢ଼ିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍