ଋଷିଆ ଏବଂ କ୍ରିମିଆ ସୀମାରେ ବଡଧରଣର ବିସ୍ଫୋରଣ । ଋଷ ଏବଂ କ୍ରିମିଆକୁ ଯୋଡୁଥିବା ବ୍ରିଜରେ ବିସ୍ଫୋରଣ ହୋଇଛି । ଋଷ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଦୁଇ ଦେଶକୁ ଯୋଡୁଥିବା ଏହି ମୁଖ୍ୟ ବ୍ରିଜରେ ଶନିବାର ବିସ୍ଫୋରଣ ହୋଇଛି । ମାଲବାହୀ ଟ୍ରେନର ଫ୍ୟୁଏଲ ଟ୍ୟାଙ୍କରେ ବିସ୍ଫୋରଣ ହୋଇଥିଲା । ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ । ବିସ୍ଫୋରଣ ପରେ ରେଳ ବ୍ରିଜ ଏବଂ ସଡକରେ ଯାତାୟତକୁ ରୋକି ଦିଆଯାଇଛି । ୨୦୧୮ରେ ଏହି ବ୍ରିଜର ଶୁଭାରମ୍ଭ ହୋଇଥିଲା । ଏହା ଖୋଲିବା ପରେ କ୍ରିମିଆରୁ ଋଷକୁ ପରିବହନ ସହଜ ହୋଇଥିଲା
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ