The Topmost

“The eyes believe themselves, the ears believe other people.”

ଏନ୍‌ସିବି-ଭାରତୀୟ ନୌସେନାର ମିଳିତ ଚଢାଉ

ଏନ୍‌ସିବି-ନୌସେନାର ମିଳିତ ଚଢାଉ । ୧୨୦୦ କୋଟି ଟଙ୍କାର ହେରୋଇନ ଜବତ । ଏନ୍‌ସିବି ଏବଂ ଭାରତୀୟ ନୌସେନାର ମିଳିତ ଅଭିଯାନରେ କୋଚି ନିକଟରୁ ୧୨ ଶହ କୋଟିରୁ ଅଧିକ ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଛି । ୨୦୦ କିଲୋ ହେରୋଇନ ସହିତ ମାଛ ଧରିବା ପାଇଁ ଉଦ୍ଦିଷ୍ଟ ଏକ ଇରାନୀ ଜାହାଜକୁ ଏନସିବି-ନୌସେନାର ମିଳିତ ଟିମ୍‌ ଜବତ କରିଥିବା ବେଳେ ଏହି ମାମଲାରେ ୬ ଜଣ ଇରାନୀ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଛି । ଏନ୍‌ସିବି ଉପ ମହାନିର୍ଦ୍ଦେଶକ ସଂଜୟ କୁମାର ସିଂହ କହିଛନ୍ତି ଯେ କୁଟି ନିକଟରୁ ମଟ୍ଟନଚେରୀ ଠାରେ ଜବତ ଜାହାଜକୁ ରଖାଯାଇଛି ଏବଂ ପରବର୍ତ୍ତୀ ଯାଞ୍ଚ ଜାରି ରହିଛି । ଜବତ ହେରୋଇନ୍‌ ପ୍ୟାକେଟ୍‌ଗୁଡ଼ିକରେ ପାକିସ୍ତାନ ଏବଂ ଆଫଗାନିସ୍ତାନର ଡ୍ରଗ୍‌ କାର୍ଟେଲର କେତେକ ସ୍ବତନ୍ତ୍ର ସଙ୍କେତ ରହିଛି । ଚଢ଼ଉ ସମୟରେ ଅଭିଯୁକ୍ତମାନେ ଜାହାଜରୁ ସମୁଦ୍ରକୁ କୁଦି ପଡ଼ି ଫେରାର ହୋଇଯିବାକୁ ପ୍ରୟାସ କରିଥିଲେ ଏବଂ କିଛି ହେରୋଇନ୍‌ ପ୍ୟାକେଟ୍‌ ମଧ୍ୟ ପାଣିକୁ ଫୋପାଡ଼ିଥିଲେ । ତେବେ ସେମାନଙ୍କର ଏହି ଉଦ୍ଦେଶ୍ୟ ସଫଳ ହୋଇନଥିଲା ଏବଂ ସମସ୍ତ ହେରୋଇନ୍‌ ପ୍ୟାକେଟ୍‌ ସହ ୬ ଜଣଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି ।