ଇରାନୀୟ ସ୍କୁଲ୍ ବାଳିକାଙ୍କ ପ୍ରତିବାଦ ପ୍ରଦର୍ଶନ । ହିଜାବ୍ ଖୋଲି ସରକାରଙ୍କ ବିରୋଧରେ ଗର୍ଜିଲେ ବାଳିକା । ମହିଳାଙ୍କ ପ୍ରତି ସରକାରଙ୍କ ଆଚରଣ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରି ଇରାନୀୟ ସ୍କୁଲ୍ ବାଳିକାମାନେ ‘ଏକଚ୍ଛତ୍ରବାଦୀର ମରଣ ହେଉ’ ବୋଲି ସ୍ଲୋଗାନ୍ ଦେଇଥିଲେ । ‘ବିବିସି’ ରିପୋର୍ଟ ଅନୁସାରେ, ଇରାନ୍ର ରାଜଧାନୀ ନଗରୀ ତେହେରାନ୍ର ଉପନଗରୀ କରଜରେ ସ୍କୁଲ୍ ବାଳିକାମାନେ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇବାକୁ ହିଜାବ୍ ଖୋଲି ପକାଇ ରାସ୍ତାକୁ ଚାଲି ଆସିଥିଲେ । ଇରାକ୍କୁ ଲାଗିଥିବା ଦେଶର ପଶ୍ଚିମ ସୀମାନ୍ତ ଅନ୍ତର୍ଗତ ସାକ୍ବେଜ୍ରେ ମଧ୍ୟ ସ୍କୁଲ୍ ବାଳିକାମାନେ ରାସ୍ତାକୁ ଚାଲିଆସି ନିରଙ୍କୁଶ ଶାସକ ଆୟତୋଲ୍ଲା ଅଲି ଖାମେନିଙ୍କୁ ଉଦ୍ଦେଶ୍ୟ କରି ‘ଏକଚ୍ଛତ୍ରବାଦୀର ମରଣ ହେଉ’ ବୋଲି ଚିତ୍କାର କରି କହୁଥିଲେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ