The Topmost

“The eyes believe themselves, the ears believe other people.”

ଭାରତକୁ ବହୁ ସଂଖ୍ୟକ ଆତଙ୍କୀ ପଠାଇବାକୁ ଆଇଏସଆଇର ଯୋଜନା

ଭାରତରେ ଅସ୍ଥିରତା ସୃଷ୍ଟି ଲାଗି ପାକିସ୍ତାନର ବଡ଼ ଉଦ୍ୟମ । ଭାରତକୁ ବହୁ ସଂଖ୍ୟକ ଆତଙ୍କବାଦୀଙ୍କୁ ପଠାଇବା ଲାଗି ପାକ ଗୁଇନ୍ଦା ସଂସ୍ଥା ଆଇଏସଆଇ କରିଛି ଯୋଜନା । ବିଶେଷ କରି କାଶ୍ମୀର ଉପତ୍ୟକାରେ ଅସ୍ଥିରତା ସୃଷ୍ଟି ଲାଗି ଆଇଏସଆଇ ଉଦ୍ୟମ କରିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଛି ସୂଚନା । ଉଦ୍ଧମପୁର ବ୍ଲାଷ୍ଟ ଘଟଣାରେ ଅଭିଯୁକ୍ତଙ୍କୁ ଚାଲିଥିବା ଜେରା କ୍ରମେ ଏହି ତଥ୍ୟ ସାମନାକୁ ଆସିଛି । ଉଗ୍ରବାଦୀଙ୍କ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଭାରତ ପଠାଇବା ଲାଗି ମଧ୍ୟ ଆଇଏସଆଇ ଯୋଜନା କରିଥିବା ତଦନ୍ତରୁ ଜଣାପଡିଛି । ଏପରିକି ଶ୍ରୀନଗରରେ ୩୦୦ରୁ ଅଧିକ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ନିୟୋଜିତ କରାଯାଇଛି । ଜାମ୍ମୁ ଓ କାଶ୍ମୀରରେ ହତ୍ୟା, ବିସ୍ଫୋରଣ ଓ ମୁଖାପିନ୍ଧି ହତ୍ୟା କରିବା ଲାଗି ଆଇଏସଆଇ ଲକ୍ଷ୍ୟ ରଖିଛି ।