The Topmost

“The eyes believe themselves, the ears believe other people.”

ଜେଲ୍ ଡିଜି ହେମନ୍ତ ଲୋହିଆଙ୍କୁ ଗଳାକାଟି ହତ୍ୟା

ଜେଲ୍ ଡିଜି ହେମନ୍ତ ଲୋହିଆଙ୍କୁ ଗଳାକାଟି ହତ୍ୟା । ଗୃହମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁ କଶ୍ମୀର ଗସ୍ତ ବେଳେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ । ୧୯୯୨ ବ୍ୟାଚର ଏହି ଆଇପିଏସ ଅଫିସରଙ୍କର ନିକଟରେ ଜେଲ୍ ଡିଜି ଭାବେ ପଦୋନ୍ନତି ହୋଇଥିଲା । ଆତଙ୍କବାଦୀ ସଂଗଠନ ଟିଆରଏଫ ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛି । ଲଶ୍କର ଏ ତୋଇବା ସଂଗଠନ ସହ ଟିଆରଏଫ ଜଡିତ । ପୋଲିସ କହିଛି, ଡିଜି ହେମନ୍ତଙ୍କ ମୃତ ଶରୀର ତାଙ୍କ ଘର ଭିତରୁ ଉଦ୍ଧାର ହୋଇଛି । ସନ୍ଦିଗ୍ଧ ଅବସ୍ଥାରେ ମୃତ ଶରୀର ମିଳିଥିଲା । ଏହାପରେ ପୋଲିସ ତଦନ୍ତ କରିବାରୁ ଜାଣିବାକୁ ପାଇଛି ଏହା ହତ୍ୟା । ଡିଜିପି ଦିଲବାଗ ସିଂହ ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି । ତେବେ ଡିଜିପିଙ୍କ ଘରେ ମୁତୟନ ଥିବା ସହାୟକ ବା ଚାକାର ଫେରାର ରହିଛି । ପୋଲିସ ଏବେ ସହାୟକକୁ ଖୋଜୁଛି । ଡିଜି ହେମନ୍ତଙ୍କୁ ହତ୍ୟା କରିବାକୁ ତାଙ୍କ ବେକକୁ ସସ ବୋତଲରେ କଟା ହୋଇଛି । ଏହାପରେ ଶବକୁ ପୋଡି ଦେବାକୁ ପ୍ରୟାସ ହୋଇଥିଲା ବୋଲି ସୂଚନା ରହିଛି ।