The Topmost

“The eyes believe themselves, the ears believe other people.”

ପୂଜା ମଣ୍ଡପରେ ନିଆଁ ଲାଗି ୩ ଜଣ ମୃତ

ଉତ୍ତର ପ୍ରଦେଶରୁ ଆସିଛି ଏକ ଦୁଃଖଦ ଖବର । ପୂଜା ମଣ୍ଡପରେ ନିଆଁ ଲାଗି ୩ ଜଣ ମୃତ । ସୂଚନା ଅନୁସାରେ ପୂଜା ମଣ୍ଡପରେ ଆରତୀ ଚାଲୁଥିବା ବେଳେ ମଣ୍ଡପରେ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ଘଟଣା ସ୍ଥଳରେ ନିଆଁରେ ପୋଡି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୫୦ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ତେବେ ଘଟଣା ଘଟିଛି ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲା ଓରାଇ ନିକଟ ଏକ ଦୁର୍ଗପୂଜା ପେଣ୍ଡାଲରେ । ଯେଉଁଠାରେ ୨୦୦ ରୁ ଅଧିକ ଲୋକ ମାଆଙ୍କର ଆରତୀ କରୁଥିଲେ । ଏହି ସମୟରେ ପେଣ୍ଡାଲରେ କୌଣସି କାରଣରୁ ଭୟଙ୍କର ନିଆଁ ଲାଗିଯାଇଥିଲା । ତେବେ ମୃତକଙ୍କ ମଧ୍ୟରେ ୨ ଜଣ ନାବାଳିକା ଥିବାବେଳେ ଜଣେ ମହିଳା ରହିଛନ୍ତି । ବାକି ଗୁରୁତର ହୋଇଥିବା ୫୦ ରୁ ଅଧିକ ଲୋକଙ୍କୁ ତୁରନ୍ତ ମେଡିକାଲ ନିଆଯାଇଛି । ଏନେଇ ଭଦୋହୀ ଜିଲ୍ଲା ଅଧିକାରୀ ଗୌରାଙ୍ଗ ରାଠି ସୂଚନା ଦେଇଛନ୍ତି ।