ଆଜି ଭାରତୀୟ ବାୟୁସେନାରେ ସାମିଲ ହେବ ଲାଇଟ କମ୍ବାଟ ହେଲିକପ୍ଟର । ଆଜି ଭାରତୀୟ ବାୟୁସେନା ପାଇଁ ଐତିହାସିକ ଦିନ । ଭାରତୀୟ ବାୟୁସେନାରେ ସାମିଲ ହେବ ସ୍ୱଦେଶୀ ହାଲୁକା ଲଢୁଆ ହେଲିକପ୍ଟର । ଏହାର ନା ରହିଛି ଲାଇଟ୍ କମ୍ବାଟ ହେଲିକପ୍ଟର ବା ଏଲସିଏଚ । ଯୋଧପୁର ଏୟାରବେସରେ ୧୦ଟି ଏଲସିଏଚ ବାୟୁସେନାରେ ସାମିଲ ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସମୟରେ ଉପସ୍ଥିତ ରହିବେ । ଏହା ଭାରତୀୟ ବାୟୁସେନାର ଶକ୍ତିକୁ ଆହୁରି ମଜବୁତ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଏହି ହାଲୁକା ଲଢୁଆ ହେଲିକପ୍ଟରକୁ ବାଙ୍ଗାଲୋରର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ ତିଆରି କରିଛି । ଏହି ହେଲିକପ୍ଟରର ଓଜନ ୬ ଟନ୍ ରହିଛି । ଏହା ପାହାଡ ଇଲାକାରେ ମିସାଇଲ ଏବଂ ଯୁଦ୍ଧାସ୍ତ୍ର ନେଇ ଉଡାଣ ଭରିପାରିବ । ସେହିପରି ଶତ୍ରୁର ରାଡାରକୁ ସହଜରେ ଡିଟେକ୍ଟ କରିପାରିବ ଏହି ଲଢୁଆ ବିମାନ । ଏହି ହେଲିକପ୍ଟରର ବଡିରେ ଗୁଳି ବାଜିଲେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସୂଚନା ରହିଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ