The Topmost

“The eyes believe themselves, the ears believe other people.”

ପୂଜାରେ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗର ଚେତାବନୀ

ପୂଜାରେ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗର ଚେତାବନୀ । ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇସାରିଛି । ଏବେ ଦୁର୍ଗା ପୂଜା ଚାଲିଥିବା ବେଳେ ଆଗକୁ କାଳୀ ପୂଜା ଓ ଅନ୍ୟାନ୍ୟ ପର୍ବ ଆସୁଛି । ଫଳରେ ଆସନ୍ତା କିଛିଦିନ ପାଇଁ ଉତ୍ସବମୁଖର ରହିବ ସାରା ଓଡ଼ିଶା । ଅନ୍ୟପଟେ ରାଜ୍ୟରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ମାତ୍ର ସଂକ୍ରମଣ ସଂପୂର୍ଣ୍ଣ ଶେଷ ହୋଇ ନ ଥିବାରୁ ଏହା ଉପରେ କଡ଼ା ନଜର ରଖିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶାବଳୀ ଜାରି ହୋଇଛି । ସବୁ ଜିଲ୍ଲା ସିଡିଏମ୍‌ଓ, ମ୍ୟୁନିସିପାଲ କମିସନର, ଏସ୍‌ପି ଓ କମିସନରେଟ ପୁଲିସକୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ସ୍ବାସ୍ଥ୍ୟ ବିଭାଗ ସତର୍କ କରାଇଛି ଯେ ଲୋକମାନେ ଯଥାସମ୍ଭବ ଗହଳିରୁ ନିଜକୁ ଦୂରେଇ ରଖିବା ଉଚିତ୍ । ମାସ୍କ ବ୍ୟବହାର, ହାତ ଧୋଇବା ସହିତ ‌ପ୍ରିକସନ୍ ଡୋଜ୍ ଟିକା ନେବା ଦରକାର । ଜ୍ବର, ଥଣ୍ଡା, କାଶ ଆଦି ଲକ୍ଷଣ ଥିଲେ ଜନଗହଳିକୁ ନଯାଇ ଆଲଗା ରହିଲେ ସଂକ୍ରମଣ ରୋକାଯାଇପାରିବ । କେବଳ ସେତିକି ନୁହେଁ, ଏଭଳି ଲକ୍ଷଣ ଥିବା ବ୍ୟକ୍ତିମାନେ କୋଭିଡ୍‌ ପରୀକ୍ଷା କରାଇନେବା ଜରୁରୀ ବୋଲି ସେ କହିଛନ୍ତି ।

SHARE BY