ନୂଆ କଂଗ୍ରେସ ମୁଖ୍ୟ ଗାନ୍ଧି ପରିବାରର କଣ୍ଢେଇ । କଂଗ୍ରେସର ନିର୍ବାଚନୀ ପ୍ରକ୍ରିୟାକୁ ବିଜେପିର କଡ଼ା କଟାକ୍ଷ । ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ ଆଜି କଂଗ୍ରେସର ନିର୍ବାଚନୀ ପ୍ରକ୍ରିୟାକୁ ସମାଲୋଚନା କରି କହିଛନ୍ତି, ଯିଏ ବି କଂଗ୍ରେସ ମୁଖ୍ୟ ହେବେ ସେ କେବଳ ଗାନ୍ଧି ପରିବାରର କଣ୍ଢେଇ ହୋଇ ରହିବେ । ସୁଶୀଲ ମୋଦୀ କହିଛନ୍ତି, ଖଡ଼ଗେ କିମ୍ବା ଅନ୍ୟ ଯେକୌଣସି ବ୍ୟକ୍ତି କଂଗ୍ରେସର ମୁଖ୍ୟ ହୁଅନ୍ତୁ ସେ କେବଳ ଗାନ୍ଧି ପରିବାରର କ୍ରୀଡ଼ା ପୁତ୍ତଳିକା ହୋଇ ରହିବାକୁ ବାଧ୍ୟ । ସବୁ ନିଷ୍ପତ୍ତି ଗାନ୍ଧି ପରିବାର ହିଁ ନେବେ ଏବଂ ଏହାକୁ କେହି ବିରୋଧ କରିପାରିବେ ନାହିଁ । କଂଗ୍ରେସ ନେତା ଶଶି ଥରୁରଙ୍କ ନିର୍ବାଚନୀ ଇସ୍ତାହାରରେ ଜାରି ହୋଇଥିବା ଭୁଲ୍ ମାନଚିତ୍ର କଥା ଉଠାଇ ସୁଶୀଲ ମୋଦୀ କହିଛନ୍ତି ଯେ ଏଥିରୁ ଥରୁର ଏବଂ ଗାନ୍ଧି ପରିବାରର ମାନସିକତା ଜଣା ପଡ଼ିଯାଉଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ