ପ୍ରଦୂଷଣ ସମସ୍ୟା ରୋକିବାକୁ ଦିଲ୍ଲୀ ସରକାରଙ୍କ ବଡ ପଦକ୍ଷେପ । ଶିତଦିନ ଆସିଲେ ଦିଲ୍ଲୀରେ ପ୍ରଦୂଷଣ ଏକ ବଡ ସମସ୍ୟା ହୋଇ ଛିଡା ହୋଇଥାଏ । ଏନେଇ ଚଳିତ ବର୍ଷ ଦିଲ୍ଲୀ ସରକାର ଶିତଦିନ ଆସିବା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସରକାରଙ୍କ ନିଷ୍ପତ୍ତି ମୁତାବକ ଦିଲ୍ଲୀରେ ଚଳାଚଳ କରୁଥିବା ଗାଡିଗୁଡିକ ମଧ୍ୟରେ ଯାହାର ପ୍ରଦୂଷଣ ସାର୍ଟିଫିକେଟ ନଥିବ ସେହି ଗାଡିଗୁଡିକୁ ପେଟ୍ରୋଲ ପମ୍ପରେ ନା ପେଟ୍ରୋଲ ମିଳିବ ନା ଡିଜେଲ । ଦିଲ୍ଳୀ ସରକାରଙ୍କ ଏହି ନିୟମ ଅକ୍ଟୋବର ୨୫ ତାରିଖରୁ ଲାଗୁ ହେବ । ଏନେଇ ଦିଲ୍ଲୀ ସରକାରରଙ୍କ ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଲ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ପ୍ରଦୂଷଣ ରୋକିବାକୁ ଗ୍ରାପ ଓ ୱିଣ୍ଟର ଆକ୍ସନ ପ୍ଲାନକୁ କଠୋର ଭାବେ ଲାଗୁ କରାଯିବ । ଏହାସହ ଅକ୍ଟୋବର ୩ ତାରିଖରୁ ପର୍ଯ୍ୟାବରଣ ମନ୍ତ୍ରଣାଳୟର ୱାରରୁମ କାମ କରିବା ଆରମ୍ଭ କରିଦେବ । ଏହି ୱାର ରୁମ ୨୪ ଘଂଟା କାମ କରିବ, ଏହାସହ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଅକ୍ଟୋବର ୬ ତାରିଖରୁ ଆଣ୍ଟି-ଡଷ୍ଟ କ୍ୟାମ୍ପେନ ଆରମ୍ଭ କରିବ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ