The Topmost

“The eyes believe themselves, the ears believe other people.”

ବିଧାୟକ ପଦ ହରାଇଦେବେ କି ମହମ୍ମଦ ମୋକିମ୍

କୋର୍ଟଙ୍କ ରାୟ ପରେ ବିଧାୟକ ପଦ ହରାଇପାରନ୍ତି ମହମ୍ମଦ ମୋକିମ୍ । ୨୦୧୩ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ୨ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ପାଇବେ, ପଦ ହରାଇବେ ବିଧାୟକ ଓ ସାଂସଦ । ମୋକିମଙ୍କୁ କଟକ ଭିଜିଲାନ୍ସ କୋର୍ଟ ୩ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏ ସମ୍ପର୍କରେ ମୋକିମ୍ କହିଛନ୍ତି ଯେ ଭିଜିଲାନ୍ସ କୋର୍ଟ ତାଙ୍କୁ ଦଣ୍ଡିତ କରିବା ପରେ ଜାମିନ୍ ଦେଇଛନ୍ତି । ସେ ଏହି ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିବେ । ତାଙ୍କର ସଦସ୍ୟତା ସୁରକ୍ଷିତ ରହିବ କି ନାହିଁ ତାହା ଅଦାଲତରେ ସ୍ପଷ୍ଟ ହୋଇଯିବ । ସେ ଆଇନ ବିଶେଷଜ୍ଞଙ୍କ ସହ ଆଲୋଚନା କରୁଛନ୍ତି । ଭିଜିଲାନ୍ସ କୋର୍ଟ ଯେଉଁ ଘଟଣାରେ ତାଙ୍କୁ ଦଣ୍ଡିତ କରିଛି, ସେଥିରେ ତାଙ୍କର ଦୋଷ ନଥିଲା । ଉଚ୍ଚ ଅଦାଲତରେ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି ।