ଆଫଗାନିସ୍ତାନ କାବୁଲରେ ପୁଣି ଆତ୍ମଘାତି ବିସ୍ଫୋରଣ । ଏଥର କାବୁଲ ଠାରେ ଥିବା ଏକ ଶିକ୍ଷାନୁଷ୍ଠାନ ଉପରେ ଏଭଳି ଆତ୍ମଘାତି ବିସ୍ଫୋରଣ କରାଯାଇଛି । କାବୁଲର ଶିୟା ଅଞ୍ଚଳକୁ ଟାର୍ଗେଟ କରି ଏଭଳି ବିସ୍ଫୋରଣ କରାଯାଇଛି । କାବୁଲ ପୋଲିସ ପ୍ରମୁଖଙ୍କ ବୟାନ ମୁତାବକ ଏହି ବିସ୍ଫୋରଣରେ ୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହାସହ ୨୭ ଜଣ ଲୋକ ଗୁରୁତର ହୋଇଛନ୍ତି ।ଜଣେ ତାଲିବାନୀ ଅଧିକାରୀଙ୍କ ସୂଚନା ମୁତାବକ ରାଜଧାନୀ କାବୁଲ ନିକଟରେ ଥିବା ଶିୟା ବହୁଳ ଅଞ୍ଚଳରେ ଶୁକ୍ରବାର ଦିନ ଏହି ଆତ୍ମଘାତି ବିସ୍ଫୋରଣ କରାଯାଇଛି । ଏଠାରେ ଥିବା ଦଶାତୀ ବାରଚୀ ଅଞ୍ଚଳର ଏକ ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀମାନେ । ସୂଚନା ପାଇବା ପରେ ତାଲିବାନ ସରକାର ତରଫରୁ ସେଠାରେ ଅନେକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ହେଲେ ଏହି ଆତ୍ମଘାତି ବିସ୍ଫୋରଣ କିଏ କରିଛି ତା ନେଇ କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟି କରିନାହାଁନ୍ତି ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ