ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲା । ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ନାୟାରଙ୍କୁ ଗିରଫ କରାଯିବା ପରେ ବିଜେପି ଉପରେ ବର୍ଷିଛନ୍ତି କେଜ୍ରିୱାଲ । ଏବଂ କହିଛନ୍ତି ଯେ ଆପ୍ କୁ ଭାଙ୍ଗିବା ସହ ମୋତେ ତଳିତଳାନ୍ତ କରିବାକୁ ଚାହୁଁଛି ବିଜେପି । ତାଙ୍କ କହିବା ଅନୁସାରେ, ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟାରୁ ମୁକ୍ତି ପ୍ରଦାନ କରିବା କୌଣସି ବି ସରକାରଙ୍କ ପ୍ରଥମ କାର୍ଯ୍ୟ ହେବା ଉଚିତ୍ । କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି । ସେମାନେ ୨୪ଘଣ୍ଟା ଶସ୍ତା ରାଜନୀତି କରୁଛନ୍ତି । ଯେକୌଣସି ଉପାୟରେ ଆମ୍ ଆଦମୀ ପାର୍ଟିକୁ ଭାଙ୍ଗି କେଜ୍ରିୱାଲଙ୍କୁ ତଳିତଳାନ୍ତ କରିବା ପାଇଁ ୨୪ଘଣ୍ଟା କାମ କରୁଛି ବିଜେପି । ଆମ ଦଳ ପ୍ରଥମେ ଦିଲ୍ଲୀ, ପରେ ପଞ୍ଜାବ ଜିତିଥିବା ବେଳେ ବର୍ତ୍ତମାନ ଗୁଜରାଟ ଜିତିବ । ତା’ପରେ ସମଗ୍ର ଦେଶ ଜିତିବ ଆପ୍ । ଗତକାଲି ବିଜୟ ନାୟାରଙ୍କୁ ଗିରଫ କରାଯାଇଛି । ବିଜୟ ନାୟାର ଆମ୍ ଆଦମୀ ପାର୍ଟିର ଜଣେ ଛୋଟ କର୍ମୀ । ଦଳର ଯୋଗାଯୋଗ କାର୍ଯ୍ୟର ତଦାରଖ କରନ୍ତି । ପଞ୍ଜାବରେ ଆମ ସରକାର ଗଠନ କରିବାରେ ବିଜୟ ନାୟାର ବହୁତ ଭଲ କାମ କରିଥିଲେ । ବର୍ତ୍ତମାନ ସେ ଗୁଜରାଟର ଯୋଗାଯୋଗ ପରିଚାଳନା କରୁଥିଲେ । ଗୁଜରାଟର ସମସ୍ତ ଯୋଗାଯୋଗ ରଣନୀତି ସେ ପ୍ରସ୍ତୁତ କରୁଥିଲେ । ଗତ କିଛି ଦିନ ହେବ ବିଜୟଙ୍କୁ ପ୍ରତିଦିନ ପଚରାଉଚରା ପାଇଁ ଡକାଯାଉଥିଲା । ମନୀଷ ସିସୋଦିଆଙ୍କ ନାମ ନନେଲେ ଗିରଫ କରିବୁ ବୋଲି ଧମକ ଦିଆଯାଉଥିଲା । କିନ୍ତୁ ସେ ମିଛ କହିବାକୁ ମନା କରିଦେଇଥିଲେ । ତେଣୁ ତାଙ୍କୁ ଗିରଫ କରାଯାଇଛି ।
“The eyes believe themselves, the ears believe other people.”
More Stories
ଭିତରେ ଘମାଘୋଟ ଲଢେଇ ବାହାରେ ରଫା ଦଫା
ଲୋକଙ୍କ ଦୁଃଖ ଶୁଣିଲେ ମୋହନ
ଓଡିଶା ରାଜନୀତିରେ ପାଦ ଥାପୁଛି ସମାଜବାଦି ପାର୍ଟି