ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କ ବଡ଼ ଖୁଲାସା । ଟିଏମସି ସରକାରଙ୍କ ବିରୋଧରେ ଏକ ବଡ଼ ଖୁଲାସା କରି ଦାବି କରିଛନ୍ତି ଯେ ଟିଏମସି ସୁପ୍ରିମୋଙ୍କୁ ଶୀଘ୍ର ଗିରଫ କରାଯାଇପାରେ । ମମତା ବାନାର୍ଜୀଙ୍କୁ ଡିସେମ୍ବର ସୁଦ୍ଧା ଗିରଫ କରାଯାଇପାରେ । ୪୧ ଜଣ ଟିଏମସି ବିଧାୟକ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ଡିସେମ୍ବରରେ ପଶ୍ଚିମବଙ୍ଗର ତୃଣମୂଳ ସରକାର ଭାଙ୍ଗିଯିବ ବୋଲି ମଜୁମଦାର କହିଛନ୍ତି । ବିଜେପି ନେତା ତଥା ଚଳଚ୍ଚିତ୍ର ତାରକା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଟିଏମସି ବିଧାୟକଙ୍କ ସହ ଯୋଗାଯୋଗରେ ଥିବା ଦାବି କରଛନ୍ତି । ‘ମୁଁ ମମତା ବାନାର୍ଜୀଙ୍କ ଦଳର ୨୧ ଜଣ ବିଧାୟକଙ୍କ ସହ ଯୋଗାଯୋଗରେ ଅଛି । ମୁଁ ଏହା ପୂର୍ବରୁ ବାରମ୍ବାର କହିଥିଲି । ଏବେବି ମୁଁ ମୋ କଥାରେ ଛିଡା ହୋଇଛି । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ କେବଳ ସମୟକୁ ଅପେକ୍ଷା କରନ୍ତୁ’ ବୋଲି ଗଣମାଧ୍ୟମକୁ କହିଛନ୍ତି ମିଥୁନ ଚକ୍ରବର୍ତ୍ତୀ।
More Stories
ମୁଖ୍ୟମନ୍ତ୍ରୀଙ୍କ ସହ ଅର୍ଥ ଆୟୋଗର ଗୁରୁତ୍ବପୂର୍ଣ୍ଣ ବୈଠକ
ଅଡୁଆରେ ସୁଲତା
କଣ ଏହି ୱାକଫ୍, କାହିଁକି ଧରିଛି ଚର୍ଚ୍ଚା