ସରଗରମ ରାଜସ୍ଥାନ ରାଜନୀତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମିଳିଲା କ୍ଲିନଚିଟ୍ । ଦଳର ପର୍ଯ୍ୟବେକ୍ଷକ ଅଜୟ ମାକେନ ଏବଂ ମଲ୍ଲିକାର୍ଜୁନ ଖାଡଗେ ଏକ ଲିଖିତ ରିପୋର୍ଟ ସୋନିଆ ଗାନ୍ଧୀଙ୍କ ନିକଟରେ ଦାଖଲ କରିଛନ୍ତି । ଏହି ରିପୋର୍ଟରେ ଗେହଲଟଙ୍କୁ କ୍ଲିନ ଚିଟ୍ ଦିଆଯାଇଥିବା ସୂଚନା ରହିଛି । ହେଲେ ଗେହଲଟଙ୍କ ପାଇଁ ମେଳି କରିଥିବା ତିନି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କଂଗ୍ରେସ । ଏମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାକେନ ସୁପାରିସ କରିଛନ୍ତି । ମାକେନ ଦାଖଲ କରିଥିବା ରିପୋର୍ଟରେ ମୁଖ୍ୟ ସଚେତକ ମହେଶ ଯୋଶୀ, ଆରଟିଡିସି ଅଧ୍ୟକ୍ଷ ଧର୍ମେନ୍ଦ୍ର ପାଠକ ଓ ବିଧାୟକ ଶାନ୍ତି ଧାରିୱାଲଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ଏବଂ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ନେଇ ୧୦ ଦିନ ମଧ୍ୟରେ ଉଭୟ ନେତା ଉତ୍ତର ରଖିବେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ