ନୂଆ ଦଳର ନାଁ ଘୋଷଣା କଲେ ଗୁଲାମ ନବୀ ଆଜାଦ୍ । ବରିଷ୍ଠ କଂଗ୍ରେସ ନେତା ତଥା କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ନିଜ ନୂଆ ରାଜନୈତିକ ଦଳର ନାଁ ଘୋଷଣା କରିଛନ୍ତି । ତେବେ ତାଙ୍କ ଦଳର ନାଁ ରହିଛି ‘ଡେମୋକ୍ରାଟିକ୍ ଆଜାଦ୍ ପାର୍ଟି’ । କଂଗ୍ରେସଠାରୁ ଅଲଗା ହୋଇଯିବା ପରେ ଆଜି ନିଜର ରାଜନୈତିକ ଦଳର ନାଁ ଔପଚାରିକ ଭାବେ ଘୋଷଣା କରିଛନ୍ତି ଆଜାଦ । ଏହି ଅବସରରେ ଆଜି ଜମ୍ମୁରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମ ନିକଟରେ ମୁଁ କୃତଜ୍ଞ । ଆମେ ସ୍ବାଧୀନ ଚିନ୍ତା ଓ ଆଦର୍ଶରେ ଅନୁପ୍ରାଣିତ ହେଉଥିବାରୁ ଏହି ଦଳ ଏକ ଗଣତାନ୍ତ୍ରିକ ଦଳ ହେବ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ