The Topmost

“The eyes believe themselves, the ears believe other people.”

୨ ବର୍ଷ ମଧ୍ୟରେ ଦେଶରେ ଉପଲବ୍ଧ ହେବ ୫ଜି ସେବା

କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଘୋଷଣା । ୨ ବର୍ଷ ମଧ୍ୟରେ ସାରା ଦେଶରେ ଉପଲବ୍ଧ ହେବ ୫ଜି ସେବା । ଏନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ଲକ୍ଷ୍ୟ ରଖିଛନ୍ତି ଆଗାମୀ ଦୁଇବର୍ଷ ମଧ୍ୟରେ ଦେଶର ପ୍ରତିଟି କୋଣ ଅନୁକୋଣରେ ୫ ଜି ସେବା ଉପଲବ୍ଧ କରାଯିବ । କେନ୍ଦ୍ର ସରକାର ଅଗଷ୍ଟ ମାସରେ ଦୂରସଂଚାର ସେବା ଯୋଗାଉଥିବା କମ୍ପାନୀମାନଙ୍କୁ ସ୍ପେକ୍ଟ୍ରମ ଆବଣ୍ଟିତ କରିଥିଲେ । ଏହାପରେ ସରକାର ସେମାନଙ୍କୁ ୫ଜି ସେବାର ରୋଲଆଉଟ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଏବେ ଭାରତରେ ହାଇସ୍ପିଡ ୫ଜି ଦୂର ସଂଚାର ସେବା ଆରମ୍ଭ କରିବା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି ।