ଏଣିକି ଆଉ ସୁବିଧା ପାଇବେନି ଏଆଇଏସ୍ ଅଧିକାରୀ । ଆର୍ଥିକ ଭତ୍ତା ସମେତ ବିଶେଷ ସୁବିଧା ପ୍ରତ୍ୟାହାର କରିବାକୁ କେନ୍ଦ୍ରର ନିଷ୍ପତ୍ତି । ନର୍ଥ ଇଷ୍ଟ କ୍ୟାଡରଙ୍କ ଏଆଇଏସ୍ ଅଧିକାରୀଙ୍କୁ ଦିଆଯାଇଥିବା ଅତିରିକ୍ତ ଆର୍ଥିକ ଭତ୍ତା ସମେତ ବିଶେଷ ସୁବିଧା କେନ୍ଦ୍ର ପ୍ରତ୍ୟାହାର କରିଛି । ଆସାମ-ମେଘାଳୟ ଯୁଗ୍ମ କ୍ୟାଡର, ସିକିମ, ନାଗାଲାଣ୍ଡ, ତ୍ରିପୁରା ଏବଂ ମଣିପୁର କ୍ୟାଡରକୁ ନେଇ ଆଇଏଏସ, ଆଇପିଏସ ଏବଂ ଆଇଏଫଏସକୁ ନେଇ ଗଠିତ ଏଆଇଏସ ଅଧିକାରୀମାନଙ୍କୁ ମିଳୁଥିବା ଏକାଧିକ ସୁବିଧାକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଉତ୍ତର-ପୂର୍ବରେ ନିଯୁକ୍ତ ହୋଇଥିବା ପ୍ରଶାସନିକ ଅଧିକାରୀଙ୍କୁ ଅତିରିକ୍ତ ୨୫% ମୌଳିକ ଦରମାର ସ୍ୱତନ୍ତ୍ର ଭତ୍ତା ପାଇବାକୁ ହକଦାର ଥିଲେ । ହେଲେ ୨୦୦୯ ଠାରୁ ଲାଗୁ ହୋଇଥିବା ଅତିରିକ୍ତ ଭତ୍ତାକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ