ଉତ୍ତରପ୍ରଦେଶ ସରକାରଙ୍କ ବଡ ଘୋଷଣା । ନିର୍ଯାତିତ ମହିଳାଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଯୋଗୀ ସରକାରଙ୍କ ବଡ ପଦକ୍ଷେପ । ଉତ୍ତରପ୍ରଦେଶ ବିଧାନସଭାରେ ପାରିତ ହୋଇଛି ଦଣ୍ଡ ପ୍ରକ୍ରିୟା ସଂହିତା ବିଧେୟକ-୨୦୨୨ । ଏହି ସିଆରପିସି ସଂଶୋଧନ ବିଲ୍ ଅନୁଯାୟୀ, ଦୁଷ୍କର୍ମ ଅଭିଯୁକ୍ତଙ୍କୁ କୌଣସି ମତେ ଅଗୁଆ ଜାମିନ୍ ମିଳିବ ନାହିଁ । ବର୍ତ୍ତମାନ ଏହା ବିଧାନ ପରିଷଦରେ ପାରିତ ହେବ । ଏହାକୁ ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ କରାଯାଇଛି । ଏହି ଧାରାରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଅଗ୍ରୀମ ଜାମିନ୍ ଦେବାକୁ ଉଚ୍ଚ ନ୍ୟାୟାଳୟ କିମ୍ବା କୌଣସି ନିମ୍ନ ଅଦାଲତର କ୍ଷମତା ବାବଦରେ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି । ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ୍ ନମିଳିଲେ ସେମାନେ ଘଟଣାର ପ୍ରମାଣ ନଷ୍ଟ କରିବାକୁ ସମର୍ଥ ହେବେ ନାହିଁ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ