ବାଲିଯାତ୍ରା ଆୟୋଜନ ପ୍ରସଙ୍ଗରେ ଏନ୍ଜିଟିର ଗୁରୁତ୍ବପୂର୍ଣ୍ଣ ରାୟ । ୩୪ ଏକରରେ ସୀମିତ ରହିବ ବାଲିଯାତ୍ରା । ଅବଶିଷ୍ଟ ୩୯୨ ଏକରରେ ସୃଷ୍ଟି ହେବ ଜଙ୍ଗଲ । ମହାନଦୀ ପଠା ପୋତାଯିବା ଘଟଣାକୁ ଜମି ଉପରେ କୌଣସି ସ୍ଥାୟୀ ବା ଅସ୍ଥାୟୀ ନିର୍ମାଣ କରାଯାଇ ବିରୋଧ କରି ଜାତୀୟ ଗ୍ରିନ୍ ଟ୍ରିବୁନାଲ୍ ରେ ଦାୟର ମାମଲାର ରାୟ ପ୍ରକାଶ ପାଇଛି । ବାଲିଯାତ୍ରା ଆୟୋଜନକୁ ଯଦିଓ ଅନୁମତି ମିଳିଛି କିନ୍ତୁ ୩୪ ଏକର ପରିମିତ ବାଲିଯାତ୍ରା ପଡିଆର ଆଉ ସଂପ୍ରସାରଣ ହୋଇପାରିବ ନାହିଁ ବୋଲି ଏନଜିଟିଙ୍କ ରାୟରେ ସ୍ପଷ୍ଟ କରାଯାଇଛି । ୩୪ ଏକର ବାହାରେ ବାଲିଯାତ୍ରା ପଡ଼ିଆ ସଂପ୍ରସାରଣ କରାଯିବ ପାରିବ ନାହିଁ । ଏଥି ସହିତ କୌଣସି ପ୍ରକାର ବ୍ୟବସାୟିକ କାର୍ଯ୍ୟକୁ ମଧ୍ୟକୁ ମଧ୍ୟ ଅନୁମତି ଦିଆଯିବ ନାହିଁ । ସୁପ୍ରିମକୋର୍ଟ ବାଙ୍ଗାଲୋର ମେଡିକାଲ ଟ୍ରଷ୍ଟ ଓ ଲାଲବାହାଦୂର ମାମଲାରେ ପ୍ରଦାନ କରିଥିବା ରାୟ ଆଧାରରେ ପାର୍କର ରକ୍ଷଣାବେକ୍ଷଣ କରାଯାଇପାରିବ । ପୁଣି ଥରେ ଏନ୍ଜିଟିଙ୍କ ରାୟରେ ସ୍ପଷ୍ଟ କରାଯାଇଛି ସମଗ୍ର ୪୨୬ ଏକର ଜମି ଉପରେ କୌଣସି ପ୍ରକାର କଂକ୍ରିଟ ନିର୍ମାଣ ହୋଇପାରିବ ନାହିଁ । ମହାନଦୀ ପଠା ଆଡଭୋକେଟ ଜେନେରାଲ୍ଙ୍କ ମତ ସହିତ ଏନ୍ଜିଟି ସହମତ ହୋଇଛନ୍ତି ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ