ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡ ଘୋଷଣା । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗାନ୍ଧୀ ପରିବାରର କେହି ବି ପ୍ରତିଦ୍ୱନ୍ଦିତା କରିବେ ନାହିଁ କି ଏହି ପଦ ପାଇଁ କେହି ଇଚ୍ଛୁକ ନୁହଁନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଅଶୋକ ଗେହଲଟ୍ । ବରଂ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିଜେ ଗେହଲଟ୍ ନାମାଙ୍କନ ଭରିବେ, ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ପଦ ଛାଡି ପାରନ୍ତି ବୋଲି କହିଛନ୍ତି । ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଚାହିଁ ଶକ୍ତିଶାଳୀ ହେବା ବିରୋଧୀଙ୍କ ନିମନ୍ତେ ଆବଶ୍ୟକ ହୋଇପଡ଼ିଛି ବୋଲି ସେ କହିଛନ୍ତି । କଂଗ୍ରେସର ଅଧ୍ୟକ୍ଷ ପଦକୁ ନେଇ ରାଜନୀତି ସରଗରମ ରହିଥିବାବେଳେ ଏଭଳି ଘୋଷଣା କରିଛନ୍ତି ଗେହଲଟ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ