ହିଜାବ ବ୍ୟାନ ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ । କର୍ଣ୍ଣାଟକ ହିଜାବ ମାମଲାରେ ୧୦ ଦିନର ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯାଇଛି । ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ଦେବେ କି କର୍ଣ୍ଣାଟକରେ ହିଜାବ ଉପରେ ଲଗାଯାଇଥିବା ବ୍ୟାନ ଠିକ୍ ନା ଭୁଲ । ୧୦ ଦିନ ଧରି ଏହି ମାମଲାର ଶୁଣାଣି ପରେ ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ସୁଧାଂସୁ ଧୂଲିଆଙ୍କ ପୀଠ ହିଜାବ ବିବାଦ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ଏନେଇ ଖଣ୍ଡପୀଠ କହିଛନ୍ତି କି ଏବେ ବି ଯେଉଁମାନେ ଲିଖିତ ଦଲିଲ ଦେବାକୁ ଚାହୁଁଛନ୍ତି ସେମାନେ ଦେଇପାରିବେ । ସେପଟେ ଅକ୍ଟୋବର ୧୬ ତାରିଖରେ ଜଷ୍ଟିସ ହେମନ୍ତ ଗୁପ୍ତା ଅବସର ନେଉଥିବାରୁ ତା ପୂର୍ବରୁ ଏହି ମାମଲାର ରାୟ ସାର୍ବଜନୀନ ହେବ ବୋଲି ଆଶା କରାଯାଉଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ