ଆଜି ଇତିହାସ ରଚିବ ଉତ୍ତରପ୍ରଦେଶ ବିଧାନସଭାର ଚଳିତ ଅଧିବେଶନ । ପ୍ରଥମଥର ମହିଳାଙ୍କ ନାଁରେ ରହିବ ଉଭୟ ଗୃହ । ଅର୍ଥାତ୍ ଆଜି ଗୃହରେ କେବଳ ମହିଳା ବିଧାୟକମାନେ ସେମାନଙ୍କର ମତ ସାବ୍ୟସ୍ତ କରିବେ । ଏବଂ ମହିଳାଙ୍କର ବିଭିନ୍ନ ପ୍ରସଙ୍ଗ ଉଠାଇବେ । ପ୍ରଶ୍ନକାଳ ପରେ କେବଳ ମହିଳା ବିଧାୟକମାନେ ଗୃହରେ ବ୍ୟକ୍ତବ୍ୟ ରଖିପାରିବେ । ଯଦିଓ ଆଜି ସବୁ ବିଧାୟକ ଉପସ୍ଥିତ ରହିବେ, କିନ୍ତୁ ମହିଳା ସଦସ୍ୟଙ୍କ କହିବାର ସୁଯୋଗ ମିଳିବ । ସ୍ୱାଧୀନତା ପରେ ପ୍ରଥମଥର ମହିଳା ବିଧାୟକମାନଙ୍କୁ ଉଭୟ ଗୃହରେ ଖୋଲାଖୋଲି କହିବାର ସୁଯୋଗ ଦିଆଯାଉଛି । ୟୁପି ବିଧାନସଭା ନିର୍ବାଚନରେ ସର୍ବାଧିକ ୪୭ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ମଇଦାନରେ ବିଜୟୀ ହୋଇଥିଲେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ