The Topmost

“The eyes believe themselves, the ears believe other people.”

ମୋକିମଙ୍କ ମନ୍ତବ୍ୟ ନେଇ ତାରାପ୍ରସାଦଙ୍କ ପାଲଟା ପ୍ରତିକ୍ରିୟା

ମୁହାଁମୁହିଁ ହୋଇଛନ୍ତି ତାରାପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମ୍ । କଂଗ୍ରେସ ବିଧାୟକ ମୋକିମଙ୍କ ମନ୍ତବ୍ୟ ନେଇ କାଉଣ୍ଟର ଆଟାକ କରିଛନ୍ତି ତାରା । ଯେ ପର୍ଯ୍ୟନ୍ତ ଦଳ ପକ୍ଷରୁ ସୋ’କଜ ଉତ୍ତର ନେଇ କୌଣସି ଚିଠି ମିଳିନି ସେ ପର୍ଯ୍ୟନ୍ତ କଂଗ୍ରେସ କାର୍ଯ୍ୟାଳୟକୁ ଯିବେନି ବୋଲି ରୋକଠୋକ୍ ମୋକିମ୍ କହିଛନ୍ତି । ତା ସହିତ ସେ କଂଗ୍ରେସର କୌଣସି କାର୍ଯ୍ୟରେ ବି ସାମିଲ ହେବେନାହିଁ । ସେ କେବଳ କଟକ ଭିତରେ ସୀମିତ ରହିବେ । ସାଙ୍ଗଠନିକ ବିସ୍ତାର ବେଳେ ବରିଷ୍ଠ ନେତା ମାନଙ୍କୁ ଅଣଦେଖା କରାଯାଉଥିବା ବେଳେ ଅନେକ ଯୁବ କର୍ମୀ ଦଳ ଛାଡୁଥିବା ଅଭିଯୋଗ ଆଣିଛନ୍ତି ମୋକିମ୍ । ସେପଟେ ମୋକିମଙ୍କ ଏହି ମନ୍ତବ୍ୟ ନେଇ ପାଲଟା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ । ମୋକିମ୍ ଥରେ ମାତ୍ର ବିଧାୟକ ହୋଇ ଏତେ ବ୍ୟଗ୍ର ହେଉଛନ୍ତି । ଦଳ ତାଙ୍କୁ ବହୁତ କିଛିଦେଇଛି ଓ ଦଳ ପାଇଁ ସେ ସବୁକିଛି ପାଇଛନ୍ତି ବୋଲି ତାରା କହିଛନ୍ତି । ଏପରିକି ଦଳକୁ ଆଗ ଦେଖିବାକୁ ମୋକିମଙ୍କୁ କହିଛନ୍ତି ତାରା ।