The Topmost

“The eyes believe themselves, the ears believe other people.”

ୟୁକ୍ରେନରେ ରୁଷିଆ ସେନାର ନରସଂହାର; ମିଳିଲା ୪୪୦ଜଣଙ୍କ କବର

ଇଜିୟୁମ ସହରେ ପୁଣି ଦେଖିବାକୁ ମିଳିଛି ବୁଚା ଓ ମାରିୟୁପୋଲ ପରି ନରସଂହାର । ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ଦାବି କରିଛନ୍ତି ଯେ, ଇଜିୟୁମ ସହରରେ ୪୪୦ଜଣଙ୍କ କବର ମିଳିଛି । ଆଉ ଏହି ନରସଂହାର ଘଟାଇଛି ପୁଟିନ ବାହୀନି । ଏମାନଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା କହିଛି ୟୁକ୍ରେନ । ଏହି ଶବ ଗୁଡିକର ହାତ, ଗୋଡ ହାଡ ଭାଙ୍ଗିଥିବା ବେଳେ କେତେକଙ୍କ ବେକରେ ରଶି ଲାଗିଥିବା ଦେଖିବାକୁ ମିଳିଛି । ୟୁକ୍ରେନ ଉତର-ପୂର୍ବ ଅଂଚଳର ଏହି ସହର ଦୀର୍ଘ ଦିନ ପର୍ଯ୍ୟନ୍ତ ରୁଷ ସେନା କବଜାରେ ଥିବାବେଳେ ଏଇ କିଛି ଦିନ ହେଲା ୟୁକ୍ରେନ ସେନା ହାତକୁ ପୁଣି ଫେରିଛି । ଜେଲେନସ୍କି କହିଛନ୍ତି, ରୁଷିଆ ସେନା ଯେଉଁ ସ୍ଥାନ ଛାଡି ଯାଇଛନ୍ତି ସେହିସବୁ ସ୍ଥାନରେ ବର୍ବରତାର ସବୁ ସୀମା ଟପିଯାଇଛନ୍ତି । ନରସଂହାର ଘଟାଇ ଚାଲିଛନ୍ତି ରୁଷିଆ ସେନା । ଆଉ ପ୍ରାଣ ହରାଇଛନ୍ତି ଶତାଧିକ ନୀରିହ ଜନସାଧାରଣ । ଦୀର୍ଘ ଦିନର ଲଢେଇ ପରେ ଇଜିୟୁମ ସହର ରୁଷିଆ ସେନା କବଜାକୁ ଯାଇଥିଲା । କିନ୍ତୁ ଘମାଘୋଟ ଆକ୍ରମଣ କରି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପୁଣି ଥରେ ଇଜିୟୁମ ସହରକୁ ନିଜ ଅକ୍ତିଆରକୁ ନେଇଛି ୟୁକ୍ରେନ ସେନା ।