ଭାରତ ଉପରେ ମିଳିତ ଆକ୍ରମଣ କରିବାକୁ ଆଇଏସର ଖୋଲା ଆହ୍ବାନ । ଆଇଏସ ମୁଖପାତ୍ର ଅବୁ ଓମାର-ଅଲ-ମୁଜାଇର କହିଛନ୍ତି ଯେ ଭାରତ ବିରୋଧରେ ମିଳିତ ଆକ୍ରମଣ ହେବା ଉଚିତ୍ । ସେ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆରେ ମୁସଲମାନମାନଙ୍କୁ ଏକାଠି ହେବାକୁ ନିବେଦନ କରିଛନ୍ତି । ଏହାସହ କହିଛନ୍ତି ଯେ ‘ଭାରତ ବିରୋଧରେ ମିଳିତ ଆକ୍ରମଣ ହେବା ଉଚିତ୍ । ମୁଜାହିର କହିଛନ୍ତି ଯେ ଇସଲାମିକ ଷ୍ଟେଟର ଉଦ୍ଦେଶ୍ୟ ହେଉଛି ଭାରତରେ ଇସଲାମକୁ ସୁରକ୍ଷା ଦେବା । କାରଣ ସେଠାରେ ସରକାର ଏହାକୁ କ୍ରମାଗତ ଭାବେ ଟାର୍ଗେଟ କରୁଛନ୍ତି’ । ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍ ଷ୍ଟେଟ୍ ଭାରତ ବିରୋଧରେ ଖୋଲାଖୋଲି ଆହ୍ୱାନ ଦେଇଛି । ଭାରତ ସରକାର ଲଗାତାର ଭାବରେ ଇସଲାମକୁ ଟାର୍ଗେଟ କରୁଛନ୍ତି। ତେଣୁ ଏହାର ଜବାବ ଦେବାକୁ ପଡିବ ବୋଲି ସଙ୍ଗଠନ ମୁଖ୍ୟ କହିଛନ୍ତି । ତେଣୁ ଆଇଏସ୍ ସଙ୍ଗଠନ ସବୁ ମୁସଲମାନଙ୍କୁ ଏକାଠି ହୋଇ ଭାରତ ଉପରେ ଆକ୍ରମଣ କରିବାକୁ ନିଜ ସମ୍ପ୍ରଦାୟକୁ ଅପିଲ କରିଛନ୍ତି ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା