The Topmost

“The eyes believe themselves, the ears believe other people.”

ଆଜିଠାରୁ ହବିଷ୍ୟାଳିଙ୍କ ପାଇଁ ପଞ୍ଜିକରଣ ଆରମ୍ଭ

ଆଜିଠାରୁ ହବିଷ୍ୟାଳିଙ୍କ ପାଇଁ ଆରମ୍ଭ ହେବ ପଞ୍ଜିକରଣ । ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଜିକରଣ କରିବା ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ପଞ୍ଚିକରଣ ପାଇଁ ଫର୍ମ ଜାରି ସହ ୩ଟି ହ୍ୱାଟ୍ସଆପ ନମ୍ବର ମଧ୍ୟ ଜାରି କରାଯାଇଛି । ଏହାସହ [email protected]ରେ ଇମେଲ ମଧ୍ୟ କରିହେବ । ଏହା ବ୍ୟତିତ ପର୍ଯ୍ୟଟନ ଅଧିକାରୀ, ପର୍ଯ୍ୟଟନ କାର୍ଯ୍ୟାଳୟ, ସୁବାଶ ବୋଷ ଛକ, ଭିଆଇପି ରୋଡ ଠିକଣାରେ ଡାକ ଯୋଗେ ପଠାଇହେବେ । ସ୍ଥାୟୀ ଠିକଣା ସହ ଭୋଟର ଆଇଡି କିମ୍ବା ଆଧାରକାର୍ଡର ଗୋଟିଏ ଫଟୋ କପି ଓ ଡବଲ ଡୋଜ କୋଭିଡ ପ୍ରମାଣ ପତ୍ରର ଫଟୋ କପି ସଂଲଗ୍ନ କରି ଫର୍ମ ପଠାଇବାକୁ କୁହାଯାଇଛି । ଉଭୟ ଅନଲାଇନ ଓ ଅପ୍ ଲାଇନରେ ପଞ୍ଜିକରଣ କରାଯାଇପାରିବ । ପଞ୍ଜିକରଣ ସମୟସୀମା ଆଜି ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୯ ଯାଏଁ ରଖାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଅକ୍ଟୋବର ୧୦ରୁ ଆରମ୍ଭ ହେବାକୁ ଯାଉଛି କାର୍ତ୍ତୀକ ବ୍ରତ ।