The Topmost

“The eyes believe themselves, the ears believe other people.”

କଡା ସମାଲୋଚନାର ଶୀକାର ହେଲେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ

କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ କଡା ସମାଲୋଚନା । ସେ କହିଛନ୍ତି, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ଆଚରଣ ଯୋଗୁଁ ବିଜେପି ଓଡ଼ିଶାରେ ଶୋଚନୀୟ ପ୍ରଦର୍ଶନ କରିବ । ଲୋକସଭା ଆସନ ୮ରୁ ୩ ଓ ବିଧାନସଭା ଆସନ ୨୩ରୁ ୧୩କୁ ଖସିବ । ଏପରି ଆକଳନ ଆଦୌ ଅପ୍ରାସଙ୍ଗିକ ନୁହେଁ । ସେ କହିଛନ୍ତି, କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଗସ୍ତରେ ଆସି ଯେଉଁ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରୁଛନ୍ତି, ସେଥିରୁ ସ୍ପଷ୍ଟ ହେଉଛି ଯେ ସେମାନେ ସଂଘୀୟ ବ୍ୟବସ୍ଥା ସମ୍ପର୍କରେ ଅବଗତ ନାହାନ୍ତି । ନିଜର ସାମ୍ବିଧାନିକ ସ୍ଥିତି, ଦାୟିତ୍ବ ଓ କର୍ତ୍ତବ୍ୟ ନେଇ ସେମାନେ ସଚେତନ ନାହାନ୍ତି । କେନ୍ଦ୍ର ମନ୍ତ୍ରୀମାନେ ଦଳୀୟ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ରାଜ୍ୟଗୁଡ଼ିକ ପରି କେନ୍ଦ୍ର ସରକାରଙ୍କର ରେଳବାଇକୁ ଛାଡ଼ିଲେ ଅନ୍ୟ କୌଣସି ସୂତ୍ରରେ ରାଜସ୍ବ ସଂଗ୍ରହ କରିବାର ବ୍ୟବସ୍ଥା ନାହିଁ । ରେଳବାଇ ପାଣ୍ଠି କେନ୍ଦ୍ର ସରକାରଙ୍କ ନିଜସ୍ବ ହୋଇଥିବାବେଳେ ଓଡ଼ିଶାର ରେଳ ବିକାଶ ନିମିତ୍ତ ଅର୍ଥ ବଣ୍ଟନରେ ପାତର ଅନ୍ତର କରୁଛନ୍ତି । ରାଜ୍ୟକୁ କୋଇଲା ରୟାଲିଟି ଦେବାରେ କେନ୍ଦ୍ର ଉଦାସୀନତା ଦେଖାଉଛି । ବିଭିନ୍ନ କ୍ଷେତ୍ରରେ ରହିଆସିଥିବା ରାଜ୍ୟର ଅନଗ୍ରସରତା ଦୂର କରିବା ନିମିତ୍ତ ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦେବାରେ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ କେନ୍ଦ୍ର ଶୁଣୁ ନାହିଁ । ବିଜେପିର ଏପରି ଓଡ଼ିଶା ବିରୋଧୀ ଆଭିମୁଖ୍ୟର ଜବାବ ଓଡ଼ିଶାବାସୀ ଦେଇଚାଲିଛନ୍ତି ବୋଲି ସେ କହିଛନ୍ତି ।

SHARE BY