The Topmost

“The eyes believe themselves, the ears believe other people.”

ଲୋନ୍, ବେଟିଂ, ଡେଟିଂ ଆପ୍‌ ରେ ଚାଲିଛି ଲୁଟ୍..

ଆପ୍‌ରେ ଭାରତୀୟଙ୍କୁ ଲୁଟୁଛି ଚୀନ । ଲୋନ୍, ବେଟିଂ, ଡେଟିଂ ଆପ୍‌ ପାଲଟିଛି ମାଧ୍ୟମ । ଚୀନରୁ ପରିଚାଳିତ ହେଉଛି ୧୦୦ରୁ ଅଧିକ ଆପ୍‌ । କେବଳ ବେଟିଂ ଆପ୍‌ରେ ନେଇଛନ୍ତି ୧୩୦୦ କୋଟି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏତେ ବଡ଼ ଠକେଇ ସଂପର୍କରେ ସୂଚନା ମିଳିବା ପରେ ଚିନ୍ତା ବଢ଼ିଯାଇଛି । ଏହାକୁ ନେଇ ଗତ କିଛି ଦିନ ଧରି ଚଢାଉ କରିଛି ଇଡି । ସୂଚନା ଅନୁସାରେ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଜରିଆରେ ପ୍ରଥମେ ସେମାନେ ନକଲି ଭାରତୀୟ ନିର୍ଦ୍ଦେଶକଙ୍କୁ ବ୍ୟବହାର କରି କମ୍ପାନି ସ୍ଥାପନ କରିଥିଲେ । ପରେ ଚୀନର ନାଗରିକମାନେ ଭାରତ ଆସି ସେସବୁ କମ୍ପାନିରେ ନିର୍ଦ୍ଦେଶକ ପଦରେ ବସିଛନ୍ତି । ଚୀନ ଲୋକଙ୍କ ଦ୍ବାରା ପରିଚାଳିତ ହେଉଥିବା କମ୍ପାନିଗୁଡ଼ିକର ଖୋଳତାଡ଼ ବେ‌ଳେ ଇଡି ଜାଣିବାକୁ ପାଇଛି ଯେ ୧୦୦ରୁ ଅଧିକ ମୋବାଇଲ ଆପ୍‌ ଚୀନରୁ ପରିଚାଳିତ ହେଉଛି । ‌କେବଳ ବେଟିଂ ଆପ୍ ଜରିଆରେ ସେମାନେ ୧୩୦୦ କୋଟି ଟଙ୍କାରୁ ଅଧିକ ରାଜସ୍ବ ସଂଗ୍ରହ କରିଛନ୍ତି । ଦୁଇବର୍ଷ ପୂର୍ବେ ଚୀନ୍ ବେଟିଂ ଓ ଡେଟିଂ ଆପ୍ ସହ ଜଡିତ ୪୭ କୋଟି ଟଙ୍କାକୁ ଇଡି ନିଷ୍କ୍ରିୟ କରିଥିଲା ।