ରାଜ୍ୟରେ ଚିନ୍ତା ବଢାଇଲାଣି ନକଲି ବିପି ମେଡ଼ିସିନ । ଦିନକୁ ଦିନକୁ କଟକ ସହର ନକଲି ମେଡିସିନର ହବ ପାଲଟିଲାଣି । ବିଶେଷ କରି କଟକରୁ ନକଲି ଔଷଧ ରାଜ୍ୟ ତଥା ରାଜ୍ୟ ବାହାରକୁ କାରବାର ଚେର ଲମ୍ବି ଥିବା କଥା ଏବେ ସାମ୍ନାକୁ ଆସିବା ପରେ ଡ୍ରଗ୍ସ କଂଟ୍ରୋଲର ବିଭାଗ ଗ୍ଲେନ ମାର୍କ କମ୍ପାନୀ କୁ ଚିଠି ଲେଖିଥିଲେ । ଚିଠିର ଉତ୍ତର ରଖି ଗ୍ଲେନ ମାର୍କ କମ୍ପାନୀ ଜବତ ହୋଇଥିବା ଟେଲମା 40 ଏବଂ ଟେଲମା ଏ ଏମ ନକଲି ଏବଂ ଏହା ଗ୍ଲେନ ମାର୍କ ଦ୍ୱାରା ପ୍ରସ୍ତୁତ ନୁହେଁ ବୋଲି ସ୍ପଷ୍ଟ କରିଛି । ଏହା ପରେ କଟକ ର ଦୁଇଟି ହୋଲସେଲରର ଲାଇସେନ୍ସ ରଦ୍ଦ କରି କଳା ତାଲିକା ଭୁକ୍ତ କରିଛି ଏବଂ ପୁରୀଘାଟ ଥାନାରେ ଏତଲା ଦେବା ସହ sdjm କୋର୍ଟରେ ମାମଲା ରୁଜୁ କରି ଆଇନ ଅନୁଯାୟୀ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି । ସେପଟେ ନକଲି ମେଡିସିନ ବିକୁଥିବା ଦୁଇ ହୋଲସେଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରାଗିଷ୍ଟି ଆସୋସିଏସନ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍