The Topmost

“The eyes believe themselves, the ears believe other people.”

ଲୋ ଫ୍ଲୋର ସିଏନଜି ବସ୍ କିଣା ମାମଲାର ହେବ ସିବିଆଇ ଯାଞ୍ଚ

ପୁଣି ଅଡୁଆରେ କେଜ୍ରିଓ୍ବାଲ ସରକାର । ଦିଲ୍ଲୀ ଉପରାଜ୍ୟପାଳ କେଜ୍ରିୱାଲ ସରକାରଙ୍କ ବିରୋଧରେ ପୁଣି ଏକ ମାମଲାରେ ସିବିଆଇ ଯାଞ୍ଚ ପାଇଁ ଅନୁମତି ଦେଇଛନ୍ତି । ସୂଚନା ଅନୁସାରେ ଦିଲ୍ଲୀ ସରକାର ୧ ହଜାର ଲୋ ଫ୍ଲୋର ସିଏନଜି ବସ୍ କିଣା ମାମଲାରେ ସିବିଆଇ ଯାଞ୍ଚ ପାଇଁ ଉପ ରାଜ୍ୟପାଳ ଅନୁମତି ଦେଇଛନ୍ତି । ଚଳିତ ବର୍ଷ ଜୁନ ମାସରେ ସକସେନାଙ୍କୁ ସମ୍ବୋଧିତ ଏକ ଅଭିଯୋଗରେ ଦାବି କରାଯାଇଥିଲା ଯେ ଦିଲ୍ଲୀ ପରିବହନ ନିଗମ ପରିବହନ ମନ୍ତ୍ରୀଙ୍କ ପୂର୍ବ ଯୋଜନାବଦ୍ଧ ଢଙ୍ଗରେ ଟେଣ୍ଡର ଏବଂ ବସ୍ କ୍ରୟ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ଏନେଇ ଉପ ରାଜ୍ୟପାଳଙ୍କୁ ଜୁନ ୯ ତାରିଖରେ ଏକ ଅଭିଯୋଗ ମିଳିଥିଲା । ଯେଉଁଥିରେ କୁହାଯାଇଥିଲା କି, ପରିବହନ ମନ୍ତ୍ରୀଙ୍କ ଯୋଜନାବଦ୍ଧ ଭାବେ ଏହି ବସ୍ ଟେଣ୍ଡରିଂ ଓ କ୍ରୟ କମିଟିର ଅଧ୍ୟକ୍ଷ କରାଯାଇଛି । ଏହି ବସ କିଣାରେ ଦୁର୍ନୀତି କରିବା ଉଦ୍ଦେଶ୍ୟରେ ଡିଆଇଏମଟିଏସକୁ ନିଲାମୀ ପରିଚାଳନା ପରାମର୍ଶଦାତା ଭାବେ ନିଯୁକ୍ତି କରାଯାଇଥିଲା । ଏବଂ ଜୁଲାଇ ୨୦୧୯ ରେ ୧ ହଜାର ସିଏନଜି ବସ କ୍ରୟ ଏବଂ ମାର୍ଚ୍ଚ ୨୦୨୦ ରେ ବାର୍ଷିକ ରକ୍ଷଣା ବେକ୍ଷଣ ଚୁକ୍ତି ପାଇଁ ବିଡରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ।