The Topmost

“The eyes believe themselves, the ears believe other people.”

ଗଣେଶ ବିସର୍ଜନ ବେଳେ ପାଣିରେ ବୁଡ଼ି ଚାଲିଗଲା ୧୧ଜଣଙ୍କ ଜୀବନ

ହରିୟାଣାର ମହେନ୍ଦ୍ରଗଡ଼ରେ ଅଭାବନୀୟ ଘଟଣା । ଗଣେଶ ବିସର୍ଜନ ବେଳେ ପାଣିରେ ବୁଡ଼ି ଚାଲିଗଲା ୧୧ଜଣଙ୍କ ଜୀବନ । ଏହାସହ କିଛି ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାରେ ୪ ଜଣ ଯୁବକ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । ସେହିପରି ସୋନିପତ ଜିଲ୍ଲାରେ ମୂର୍ତ୍ତି ବିସର୍ଜନ ସମୟରେ ଜଣେ ଯୁବକ ଯମୁନା ନଦୀରେ ଭାସିଯାଇଥିବା ସୂଚନା ରହିଛି । ୟୁପିର ଉନ୍ନାବ ଜିଲ୍ଲାର ସନ୍ଥ କବୀର ନଗରରେ ମୂର୍ତ୍ତି ବିସର୍ଜନ ବେଳେ ୭ଜଣଙ୍କ ଜୀବନ ଯାଇଛି ।

SHARE BY