The Topmost

“The eyes believe themselves, the ears believe other people.”

ସରକାରୀ ଚାକିରିଆଙ୍କ ଅବସର ବୟସ ବଦଳିବ, ‘ଭିଜନ୍ ଡକ୍ୟୁମେଣ୍ଟ’ରେ ଉଠିଲା ପ୍ରସଙ୍ଗ

ଭାରତ ସରକାର ସରକାରୀ ଚାକିରିଆଙ୍କ ଅବସର ବୟସରେ ପରିବର୍ତ୍ତନ କରିବେ । ଇପିଏଫଓ ଦେଶରେ କର୍ମଚାରୀଙ୍କ ରିଟାୟରମେଣ୍ଟ ବୟସ ବଢାଇବା ପକ୍ଷରେ ଅଛନ୍ତି । ଇପିଏଫଓ ନିଜ ‘ଭିଜନ୍ ଡକ୍ୟୁମେଣ୍ଟ’ରେ ଏହି ପ୍ରସଙ୍ଗ ଉଠାଇଛି । ଏଥିପାଇଁ ଅନ୍ୟ ବିକାଶିତ ଦେଶମାନଙ୍କର ମଡେଲ ଉପରେ ବିଚାର କରାଯିବ । ୨୦୪୭ ସୁଦ୍ଧା ଭାରତ ବୟସ୍କ ବହୁଳ ଦେଶ ଭାବେ ଉଭା ହେବ । ସେତେବେଳକୁ ଭାରତରେ ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ସଂଖ୍ୟାରୁ ୧୪ କୋଟିରୁ ଅଧିକ ହୋଇଯିବ । ଫଳରେ ପେନସନ୍ ଫଣ୍ଡ ଉପରେ ଚାପ ବଢିବ । ଏବେ ଇପିଏଫଓର ୬ କୋଟି ସବସ୍କ୍ରାଇବର ଅଛନ୍ତି । ଯାହା ଆଗକୁ ଅଧିକ ବଢିବ ବୋଲି ଆଶଙ୍କା କରାଯାଉଛି । ତେଣୁ ଏହି ଚାପକୁ କମାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଏହାଦ୍ୱାରା ପେନସନ୍ ସିଷ୍ଟମକୁ ମଜବୁତ୍ କରିବାକୁ ସହଯୋଗ ମିଳିପାରିବ । ଏବେ ଇପିଏଫଓର ୬କୋଟି ସବସ୍କ୍ରାଇବର ଥିବାବେଳେ ୨୦୨୨ ରେ ୧୮ ଲକ୍ଷରୁ ଅଧିକ ନୂଆ ସବସ୍କ୍ରାଇବର ହୋଇଛନ୍ତି । ତେଣୁ ଏହି ପ୍ରସଙ୍ଗରେ ସରକାର ଖୁବ ଶୀଘ୍ର ବିଚାର କରିବାକୁ ସଙ୍ଗଠନ କହିଛି ।