The Topmost

“The eyes believe themselves, the ears believe other people.”

ଆମେରିକାରେ ପୁଣି ଗୁଳିକାଣ୍ଡ, ୩ ଶିଶୁଙ୍କ ସମେତ ୫ଜଣଙ୍କୁ ହତ୍ୟା

ଆମେରିକାରୁ ପୁଣି ଆସିଲା ଗୁଳିକାଣ୍ଡର ଲୋମହର୍ଷଣକାରୀ ଦୃଶ୍ୟ । ମେରିଲ୍ୟାଣ୍ଡର ଏକ ଘରେ ଦୁଇ ଜଣ ବୟସ୍କ ଏବଂ ତିନି ଜଣ ଶିଶୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗୁଳିକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତ ମଧ୍ୟରୁ ଜଣେ ୯୧୧ କୁ କଲ୍ କରି ପୋଲିସକୁ ଏହି ସୂଚନା ଦେଇଥିଲେ । ସେସିଲ୍ କାଉଣ୍ଟି ଶେରିଫ୍ ସ୍କଟ୍ ଆଡାମସ୍ କହିଛନ୍ତି ଯେ ଇଲ୍କ ମିଲ୍ସର ଏକ ଦୁଇ ମହଲା ଘରେ ଜଣେ ପୁରୁଷ, ଜଣେ ମହିଳା ଏବଂ ତିନି ପିଲାଙ୍କ ମୃତଦେହ ମିଳିଥିଲା । ଏହି ତିନି ପିଲା ଯଥାକ୍ରମେ ୧୦ ବର୍ଷ, ୧୨ ବର୍ଷ ଏବଂ ୧୩ବର୍ଷର ହୋଇ ଥିବାବେଳେ ଅନ୍ୟ ଦୁଇ ପ୍ରାପ୍ତ ବୟସ୍କଙ୍କ ମୃତ୍ୟୁ ହୋଇଛି । ପୋଲିସ ଅଧିକାରୀଙ୍କ କହିବା ମୁତାବକ, ମୃତଦେହଗୁଡ଼ିକ ରକ୍ତ ଜୁଡୁବୁଡୁ ହୋଇ ଘରର ବିଭିନ୍ନ ସ୍ଥାନରେ ପଡ଼ିରହିଥିଲା । ମୃତକଙ୍କ ପଡ଼ୋଶୀ କହିଛନ୍ତି ଯେ, ତିନି ସନ୍ତାନ ଥିବା ଏହି ଦମ୍ପତି ଅତି କମରେ ପାଞ୍ଚ ବର୍ଷ ଧରି ଏଠାରେ ରହୁଥିଲେ