The Topmost

“The eyes believe themselves, the ears believe other people.”

ବିରୋଧୀଙ୍କୁ ଏକାଠି କରିବାକୁ ଅଣ୍ଟା ଭିଡ଼ିଛନ୍ତି ନୀତୀଶ, ଏବେ ସୁଦ୍ଧା ଅସ୍ପଷ୍ଟ ବିଜେଡିର ଆଭିମୁଖ୍ୟ

୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀ ମେଳି । ବିରୋଧୀମାନଙ୍କୁ ଏକାଠି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ତାଙ୍କ ଉଦ୍ୟମ ଯୋଗୁଁ ବିରୋଧୀ ଏକତାକୁ ବଳ ମିଳିଛି ସତ, କିନ୍ତୁ ଲାଗୁଛି ବିରୋଧୀ ଦଳମାନେ ଦୁଇଟି ଗୋଷ୍ଠୀ ଆଡ଼କୁ ଅଗ୍ରସର ହେଉଛନ୍ତି । କିଛି ଦଳ ତୃତୀୟ ସାମ୍ମୁଖ୍ୟ ସମ୍ଭାବନା ପରଖୁଥିବା ବେଳେ ଅନ୍ୟ କିଛି ଦଳ କଂଗ୍ରେସକୁ ସାଥୀରେ ନେଇ ୟୁପିଏକୁ ମଜବୁତ କରିବା ପାଇଁ ପ୍ରୟାସ କରୁଛନ୍ତି । ଏହାଭିତରେ ଓଡ଼ିଶାରେ ବିଜେପି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଉଦ୍ୟମ ଆରମ୍ଭ କରିସାରିଛି । କେନ୍ଦ୍ରମନ୍ତ୍ରୀମାନଙ୍କର ଓଡ଼ିଶା ଗସ୍ତ ସହ ରାଜ୍ୟ ବିଜେପି ପ୍ରଭାରୀ ଭାବେ ସୁନୀଲ ବଂଶଲଙ୍କୁ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ବିଜେଡିର ସ୍ଥିତି ଓଡ଼ିଶାରେ ମଜଭୁତ ରହିଛି । ବିଜେପିର ରଣନୀତିକୁ ବିଫଳ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ବିଜେଡି ଚାହୁନାହିଁ । ରାଜ୍ୟରେ ବିଜେଡି ଏକୁଟିଆ ନିର୍ବାଚନ ଲଢ଼ୁଥିବାବେଳେ ବର୍ତ୍ତମାନ ସ୍ଥିତିରେ ବିରୋଧୀଙ୍କ ମେଳିରେ ଯୋଗ ଦେବ କି ନାହିଁ ତାହା ଅସ୍ପଷ୍ଟ ରହିଛି ।