ରାଜ୍ୟର ପ୍ରସିଦ୍ଧ ମନ୍ଦିର ଗୁଡିକ ପାଇଁ ଏଣିକି ଅନଲାଇନରେ ହୋଇପାରିବ ଟିକେଟ । ଏନେଇ ଏକ ସ୍ୱତନ୍ତ୍ର ପୋର୍ଟାଲର ବ୍ୟବସ୍ଥା କରିବେ ସରକାର । ଦର୍ଶନ, ପୂଜା ଓ ପ୍ରସାଦ ସେବନ ପାଇଁ ଏହି ପୋର୍ଟଲ ଜରିଆରେ ଟିକେଟ କରିପାରିବେ ଦେଶବିଦେଶର ଭକ୍ତ । ଏଥିରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାର ବିକଳ୍ପ ରହିବ । ଏ ସମ୍ପର୍କରେ ପୂର୍ବରୁ ୫ଟି ବିଭାଗକୁ ନେଇ ବୈଠକ ବସିଥିଲା । ତାମିଲନାଡୁ ଓ କର୍ଣ୍ଣାଟକ ଢାଞ୍ଚାରେ ଅନଲାଇନ୍ ଟିକେଟ୍ ପାଇଁ ବ୍ୟବସ୍ଥା କରୁଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ କେଉଁ କେଉଁ ମନ୍ଦିର ସାମିଲ ହେବ, ତାର ତାଲିକା ପ୍ରସ୍ତୁତ କରିବ ଦେବୋତ୍ତର କମିଶନ । ଦେବୋତ୍ତର କମିଶନଙ୍କୁ ଆଇନ୍ ବିଭାଗର ଚିଠିରୁ ବଡ ସୂଚନା ମିଳିଛି । ତେବେ ଏନେଇ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଅନେକ ଲୋକ ଦୂରରୁ ଆସି ଭଗବାନଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଉନାହାନ୍ତି, କିନ୍ତୁ ଆଗକୁ ଏହି ପୋଟାଲ ମାଧ୍ୟମରେ ଟିକେଟ୍ ବ୍ୟବସ୍ଥା କରାଗଲେ ଶ୍ରଦ୍ଧାଳୁଙ୍କ ପାଇଁ ଅଧିକ ଭଲ ହେବ ବୋଲି ଆଶା କରାଯାଉଛି ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି