ଏଣିକି ବିଶ୍ୱର ଯେକୌଣସି ସ୍ଥାନରେ ପଢିପାରିବେ ଛାତ୍ରଛାତ୍ରୀ । ୟୁକ୍ରେନ ଫେରନ୍ତାଙ୍କୁ ନ୍ୟାଶନାଲ ମେଡିକାଲ କମିଶନର କ୍ଲିନଚିଟ୍ । ୟୁକ୍ରେନରେ ମେଡିକାଲ ଶିକ୍ଷା ଲାଭ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଆଶ୍ୱସ୍ତି ଆଣିଛି ଏନଏମସି । ଋଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ସେଠାରେ ଅଧାରୁ ପାଠ ଛାଡି ଫେରିଆସିଥିବା ଛାତ୍ରଛାତ୍ରୀମାନେ ବିଶ୍ୱର ଯେକୌଣସି ସ୍ଥାନରେ ଶିକ୍ଷା ଗ୍ରହଣ ପାଇଁ ଆବେଦନ କରିପାରିବେ । ଏଥିପାଇଁ ଏନଏମସି ମଞ୍ଜୁରୀ ପ୍ରଦାନ କରିଛି । ପୂର୍ବରୁ ବିଦେଶରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀ ପାଠ୍ୟକ୍ରମ ଅଧାରୁ ଦେଶ ପରିବର୍ତ୍ତନ କରିବାକୁ କୌଣସି ଅନୁମତି ନଥିଲା । ବିଶେଷ ସ୍ଥିତିକୁ ଅନୁଧ୍ୟାନକରି ଏନଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ତେବେ କ୍ରାଇଟେରିଆ ଅଫ୍ ସ୍କ୍ରିନଂ ଟେଷ୍ଟ ରେଗୁଲେଶନ-୨୦୦୨କୁ ଯେଉଁ ପିଲାମାନେ ପୂରଣ କରିପାରୁଥିବେ ସେମାନଙ୍କ କ୍ଷେତ୍ରରେ ହିଁ ଉପରୋକ୍ତ ନିର୍ଦ୍ଦେଶ ଲାଗୁ ହୋଇପାରିବ ବୋଲି ଏନଏମସି ସ୍ପଷ୍ଟ କରିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ