The Topmost

“The eyes believe themselves, the ears believe other people.”

ସମବାୟ ଭିତ୍ତିକ ଆର୍ଥିକ ବିକାଶ ମଡେଲକୁ ପ୍ରୋତ୍ସାହନ ମିଳିବ

ସମବାୟ ନୀତି ପ୍ରସ୍ତୁତି ପାଇଁ ଜାତୀୟସ୍ତରୀୟ କମିଟି ଘୋଷଣା । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା । ଏହି ନୂତନ ସମବାୟ ନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ‘ସମବାୟରୁ ସମୃଦ୍ଧି’ ଦୃଷ୍ଟିକୋଣକୁ ସାକାର କରିବା ନିମନ୍ତେ ପ୍ରସ୍ତୁତ ହେଉଛି । ଏହାଦ୍ବାରା ସମବାୟ ଭିତ୍ତିକ ଆର୍ଥିକ ବିକାଶ ମଡେଲକୁ ପ୍ରୋତ୍ସାହନ ମିଳିବ ବୋଲି ମନ୍ତ୍ରୀ ଶାହା କହିଛନ୍ତି।ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କ ଅଧ୍ୟକ୍ଷତାରେ ଏହି କମିଟି ଦେଶରେ ବିଭିନ୍ନ ଭାଗରୁ ୪୭ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ଏହି କମିଟିରେ ସମବାୟ କ୍ଷେତ୍ର, ଜାତୀୟ, ରାଜ୍ୟ, ଜିଲ୍ଲା ଓ ପ୍ରାଥମିକ ସମବାୟ ସମିତି ବିଶେଷଜ୍ଞ, ସମବାୟ ସଚିବ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ସମିତିର ପଞ୍ଜିକାର ଓ କେନ୍ଦ୍ର ମନ୍ତ୍ରଣାଳୟର ଅଧିକାରୀଗଣ ସଦସ୍ୟ ରହିଛନ୍ତି । କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ପିଏସିଏସ୍‌‌ଗୁଡିକୁ ଉନ୍ନୀତ କରିବା ଲକ୍ଷ୍ୟ ରଖିଥିଲେ ।

SHARE BY