ତିନି ମାସିଆ ରଣନୀତି ପ୍ରସ୍ତୁତ କଲେ ଓଡ଼ିଶା ବିଜେପି ପ୍ରଭାରୀ ସୁନିଲ ବଂଶଲ । ସେ ପ୍ରଥମ କରି ଓଡ଼ିଶା ଗସ୍ତରେ ଆସିଥିବାରୁ ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ସେପ୍ଟେମ୍ବର ୧୩କୁ ଘୁଞ୍ଚାଇ ଦିଆଯାଇଛି । ପୁରୀରେ ସେପ୍ଟେମ୍ବର ୧୩ରୁ ୧୫ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ହେବ । ଏଥିରେ ମୁଖ୍ୟତଃ ଦଳୀୟ ନେତାଙ୍କୁ ସଂଗଠନ ଗଢ଼ିବା, ନିର୍ବାଚନ ଜିତିବା, ଦଳର ନୀତି ଆଦର୍ଶକୁ ପ୍ରଚାର କରିବାର କୌଶଳ ଶିଖାଯିବ । ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ବସିଥିବା ବେଳେ ଏଥିରେ ୨୦୨୪ ନିର୍ବାଚନ ନେଇ କିପରି ରଣନୀତି ପ୍ରସ୍ତୁତ ହେବ ସେନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି। ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ ଆଜିର କୋର୍ କମିଟି ବୈଠକରେ ଆଗାମୀ ତିନି ମାସ ପାଇଁ ରାଜ୍ୟ ବିଜେପିର ଖସଡ଼ା ପ୍ରସ୍ତୁତ କରାଯାଇଛି। ରାଜ୍ୟର ୩୭ହଜାର ବୁଥ୍କୁ ତୃଣମୂଳ ସ୍ତରରୁ ମଜବୁତ୍ କରାଯିବ। ପ୍ରତି ଗାଁରେ ବିଜେପି କର୍ମକର୍ତ୍ତା ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବେ ଓ ତା’ର ସମାଧାନ ବାଟ ବାହାର କରିବାକୁ ଉଦ୍ୟମ କରିବେ। ଏବେ ଛୋଟ ଛୋଟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି କାମ କରାଯିବା ସହ ବିଭିନ୍ନ କ୍ଷେତ୍ରକୁ ଫୋକସ୍ କରାଯିବ। ଯାହା ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଥିବା ରଣନୀତିର ଅଂଶ ହେବ ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍