ରୁଷୀୟ ଆଗ୍ନେୟଗିରିରେ ୬ ଆରୋହୀ ମୃତ । ତେବେ ଭୀଷଣ ହେମାଳ ପବନ ବହିବାରୁ ଉଦ୍ଧାରକାର୍ଯ୍ୟରେ ବାଧା ଉପୁଜିଥିଲା । ରୁଷ୍ରେ କ୍ଲାୟୁଚେଭ୍ସ୍କାୟା ସୋପ୍କା ଆଗ୍ନେୟଗିରି ଚଢ଼ିଥିବା ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୬ଜଣ ଫସି ରହିଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ୨ଜଣ ଗାଇଡ୍ଙ୍କ ସମତେ ୧୨ଜଣିଆ ଦଳ ମଙ୍ଗଳବାର ଦିନ ୧୫,୫୯୭ ଫୁଟ୍ ଉଚ୍ଚ ଆଗ୍ନେୟଗିରି ଆରୋହଣ କରିବାକୁ ବାହାରିଥିଲେ । କିନ୍ତୁ, ୪,୨୦୦ ମିଟର୍ ଉଚ୍ଚରେ ପହଞ୍ଚିଥିବା ବେଳେ ଶନିବାର ଦିନ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି । ଜଣେ ଆରୋହଣକାରୀଙ୍କ ଗୋଡ଼ ଭାଙ୍ଗିଯାଇଥିବା କଥା ମଧ୍ୟ ସେମାନେ ସୂଚନା ଦେଇଛନ୍ତି । ଉଦ୍ଧାରକାରୀ ଦଳ ସେମାନଙ୍କ ନିକଟରେ ପହଞ୍ଚିବାକୁ ରବିବାର ଦିନ ଉଦ୍ୟମ କରିଥିଲେ, କିନ୍ତୁ ଭୀଷଣ ହେମାଳ ପବନ ହେଲିକପ୍ଟର୍ ଅବତରଣ କରାଇ ନ ଦେବାରୁ ସେମାନେ ଫେରି ଆସିଛନ୍ତି ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା