ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ନୂଆ ରାଜନୈତିକ ଯାତ୍ରା ଆରମ୍ଭ । ଜମ୍ମୁର ସୈନିକ ପଡ଼ିଆରେ ସମର୍ଥକମାନଙ୍କୁ ଉଦ୍ବୋଧନ ଦେଇ ଆଜାଦ କହିଥିଲେ ଯେ, ସେ ଜମ୍ମୁ-କାଶ୍ମୀରର ଲୋକଙ୍କ ସହିତ ଅଛନ୍ତି । ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୩ ବର୍ଷୀୟ ଆଜାଦ ଗତ ସପ୍ତାହରେ କହିଥିଲେ ଯେ ସେ ଖୁବ୍ଶୀଘ୍ର ଏକ ନୂଆ ରାଜନୈତିକ ଦଳ ଆରମ୍ଭ କରିବେ । ଏହାର ପ୍ରଥମ ୟୁନିଟ ଜମ୍ମୁ-କାଶ୍ମୀରରୁ ଆରମ୍ଭ ହେବ ଯେଉଁଠି ଆଗକୁ ନିର୍ବାଚନ ହେବାର ଅଛି । ରବିବାର ଆଜାଦ ରାଲିସ୍ଥଳକୁ ଗଲାବେଳେ ସ୍ଥାନୀୟ ଅଂଚଳର ହଜାର ହଜାର ଜନତା ତାଙ୍କୁ ଜୋରଦାର ସ୍ବାଗତ କରିଥିଲେ । ଆଜାଦ ହାତ ହଲାଇ ସେ ସମର୍ଥକମାନଙ୍କୁ କୃତଜ୍ଞତା ଜଣାଇଥିଲେ । ରାଲିସ୍ଥଳରେ ସେ ସହଯୋଗୀ ଓ ସମର୍ଥକମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏବଂକହିଥିଲେ ଯେ ସେ ତାଙ୍କ ଦଳର ନାଁ ଏଯାଏ ସ୍ଥିର କରିନାହାନ୍ତି । ଜମ୍ମୁ-କାଶ୍ମୀରର ଜନସାଧାରଣ ଏହି ଦଳର ନାଁ ଓ ପତାକା କ’ଣ ହେବ ତାହା ସ୍ଥିର କରିବେ । ତେବେ ସେ ଦଳର ଏକ ହିନ୍ଦୁସ୍ତାନୀ ନାଁ ଦେବାକୁ ଚାହାନ୍ତି, ଯାହାକୁ ସବୁ ଲୋକ ବୁଝିପାରିବେ ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ