The Topmost

“The eyes believe themselves, the ears believe other people.”

ଭୟଙ୍କର ହେଲାଣି ସ୍ଥିତି, ୧୫ ଶହ ଅତିକ୍ରମ କଲାଣି ମୃତ୍ୟୁ ସଂଖ୍ୟା

ଅଣାୟତ୍ତ ପାକିସ୍ତାନର ବନ୍ୟା ସ୍ଥିତି । ଏହାରି ଭିତରେ ୧୫ ଶହ ଅତିକ୍ରମ କରିଛି ମୃତ୍ୟୁ ସଂଖ୍ୟା । ପ୍ରାୟ ୧୦ ଲକ୍ଷ ଲୋକ ବିଭିନ୍ନ ରିଲିଫ୍‌ କ୍ୟାମ୍ପରେ ରହିଥିବାବେଳେ ସେମାନଙ୍କ ମଧ୍ୟରେ ୪୭ ହଜାର ଗର୍ଭବତୀ ମହିଳା ଅଛନ୍ତି । ଅନ୍ୟପଟେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଝାଡ଼ାବାନ୍ତି ଓ ମ୍ୟାଲେରିଆ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି । ସପ୍ତାହକ ମଧ୍ୟରେ ୨ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଜାତିସଂଘ ସୂତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନର ବନ୍ୟା ପ୍ରଭାବିତ ଅଂଚଳରେ ପ୍ରାୟ ୬ ଲକ୍ଷ ୫୦ ହଜାର ଗର୍ଭବତୀ ମହିଳା ଅଛନ୍ତି। ଏହି ମହିଳାମାନଙ୍କୁ ମାତୃ ସ୍ବାସ୍ଥ୍ୟସେବା ଜରୁରୀ ଥିଲେ ମଧ୍ୟ ତାହା ଉପଲବ୍ଧ ହେଉନାହିଁ। ଡାଇରିଆ, ଚର୍ମ ସଂକ୍ରମଣ, ଶ୍ବାସନଳୀ ସଂକ୍ରମଣ, ମ୍ୟାଲେରିଆ ଓ ଡେଙ୍ଗୁ ଆଦି ରୋଗ ଅତି ଉଦ୍‌ବେଜନକ ଭାବେ ବ୍ୟାପୁଥିବାରୁ ଏ ଦିଗରେ ଅନ୍ତର୍ଜାତୀୟ ସହାୟତା ପାଇଁ ବିଭିନ୍ନ ମାନବାଧିକାର ସଂଗଠନ ନିବେଦନ କରିଛନ୍ତି । ୧୧୫ଟି ଜିଲ୍ଲାରୁ ୧୧୦ଟି ଜିଲ୍ଲାରେ ବନ୍ୟା ପ୍ରକୋପ ଲାଗି ରହିଛି ଏବଂ ୫ କୋଟିରୁ ଅଧିକ ଲୋକ ବିସ୍ତାପିତ ହୋଇଛନ୍ତି । ଜୁନ୍ ମଧ୍ୟଭାଗରୁ ଏପର୍ଯ୍ୟନ୍ତ ପାକିସ୍ତାନରେ ସ୍ବାଭାବିକଠାରୁ ୧୦ ଗୁଣ ଅଧିକ ବର୍ଷା ଯୋଗୁଁ ନାହିଁନଥିବା କ୍ଷୟକ୍ଷତି ଘଟିଛି ।