The Topmost

“The eyes believe themselves, the ears believe other people.”

ବିମାନବନ୍ଦରରେ ବିଜେପି ସାଂସଦଙ୍କ ଦାଦାଗିରି

ବିଜେପିର ପିଛା ଛାଡୁନି ବିବାଦ । ବେଶ୍ କିଛି ଦିନ ହେବ ଲାଗିରହିଛି ରାଜନୈତିକ ଅସ୍ଥିରତା । ଏହାରିଭିତରେ ୭ ବିଜେପି ସାଂସଦଙ୍କ ନାଁରେ ମାମଲା ରୁଜୁ ହୋଇଛି । ଦେଓଘର ଏୟାରପୋର୍ଟରେ ସୁରକ୍ଷା ତ୍ରୁଟିକୁ ନେଇ ସୃଷ୍ଟି ହୋଇଛି ବଡ଼ ବିବାଦ । ତେବେ କହିବାକୁ ଗଲେ ଝାଡ଼ଖଣ୍ଡ ରାଜନୈତିକ ଅସ୍ଥିରତା ଭିତରେ ଏବେ ବିଜେପି ନେତାଙ୍କ ଦାଦାଗିରୀ ଘଟଣା ପୁଣି ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଜୋର ଜବରଦସ୍ତି ବିମାନ ଉଡାଣ କରିବା ପାଇଁ ବିଜେପି ନେତା ଯେଉଁ ଭଳି ଢଙ୍ଗରେ ବିମାନବନ୍ଦର ଏଟିସି ରୁମରେ ଅନୁପ୍ରବେଶ କରିଛନ୍ତି । ବିମାନବନ୍ଦର ଅଧିକାରୀଙ୍କ ଉଡାଣ ଭରିବା ପାଇଁ ବାଧ୍ୟ କରିଛନ୍ତି ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଝାଡଖଣ୍ଡ ଦେଓଘର ବିମାନବନ୍ଦରରେ ସଂଧ୍ୟା ପରେ ଅବତରଣ ଓ ଉଡାଣ ଉପରେ କଟକଣା ରହିଛି । କାରଣ ଏଠାରେ ଆବଶ୍ୟକ ବ୍ୟବସ୍ଥା ନାହିଁ । ୩୧ ଅଗଷ୍ଟ ସଂଧ୍ୟାରେ ଦୁଇଜଣ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ମନୋଜ ତିୱାରି ବିମାନବନ୍ଦର ଅଧୀକାରୀଙ୍କୁ ଉଡାଣ ଭରିବା ପାଇଁ ବାଧ୍ୟ କରିଥିଲେ । ଏହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ପରେ ସାଂସଦଙ୍କ ସହ ମୋଟ ୯ଜଣ ବିଜେପି ନେତାଙ୍କ ଉପରେ ମାମଲା ରୁଜୁ କରିଛି ଦେଓଘର ପୁଲିସ ।